ପଦ୍ମଶ୍ରୀ ନନ୍ଦ ସାରଙ୍କର ୧୦୪ ବର୍ଷରେ ଦେହାନ୍ତ, ନଭେମ୍ବରରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ପରଲୋକ । ୧୦୪ ବର୍ଷ ବୟସରେ ଆଜି ଅପରାହ୍ନ ୧ ଟା ୨୮ ମିନିଟରେ ଭୁବନେଶ୍ୱରର ଏକ ପ୍ରାଇଭେଟ ହସ୍ପିଟାଲରେ ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ଦେହାନ୍ତ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ପ୍ରଥମେ ସୂଚନା ଦେଇଥିଲେ । ଚାଟଶାଳୀରେ ପିଲାଙ୍କୁ ମାଗଣାରେ ଦୀର୍ଘ ବର୍ଷ ଧରି ପାଠ ପଢ଼ାଇ ଚର୍ଚ୍ଚାରେ ଥିଲେ ନନ୍ଦ ସାର । ଦୀର୍ଘ ବର୍ଷ ଧରି ସମାଜକୁ ନିସ୍ଵାର୍ଥପର ସେବା ଓ ଶିକ୍ଷା କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ନଭେମ୍ବର ୭ ତାରିଖରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଉ ଏହି ସମୟରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ଉପରେ ନନ୍ଦ ସାରଙ୍କ ଆଶୀର୍ବାଦର ହାତକୁ ନେଇ ଦେଶ ବ୍ୟାପି ଚର୍ଚ୍ଚା ଜୋର ଧରିଥିଲା ।

 

nanda sir

ମିଳିଥିବା ସୂଚନା ଅନୁସାରେ, କିଛି ଦିନ ତଳେ ନନ୍ଦ ସାର ଅସୁସ୍ଥ ହୋଇ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତା’ପରେ ତାଙ୍କୁ ଯାଜପୁର କଳିଙ୍ଗନଗରସ୍ଥିତ ଡୁବୁରୀର ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱରର ଏକ ପ୍ରାଇଭେଟ ହସ୍ପିଟାଲକୁ ସ୍ଥାନ୍ତାନ୍ତରିତ କରାଯାଇଥିଲା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍‌ର କନ୍ତିରା ଗାଁର ନନ୍ଦ ସାର୍ ଦୀର୍ଘ ୭୫ ବର୍ଷ ହେବ ନିସ୍ଵାର୍ଥପର ଭାବେ ଗାଁ ଛୁଆଙ୍କୁ ପାଠ ପଢ଼ାଇ ଆସୁଥିଲେ । ଏଥିପାଇଁ ସେ ଗୋଟିଏ ଟଙ୍କାର ଦକ୍ଷିଣା ନେଉନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.