ମିଥ୍ୟା ଏନକାଉଣ୍ଟର ! ଛତିଶଗଡ଼ ପୋଲିସ୍ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଲା ମାଓ ସଂଗଠନ

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ଼ ପୋଲିସ ବିରୋଧରେ ମାଓ ସଂଗଠନର ସାଙ୍ଘାତିକ ଅଭିଯୋଗ। ମିଥ୍ୟା ଏନକାଉଣ୍ଟରରେ ୩ ଟପ୍‌ କ୍ୟାଡର ମହିଳା ମାଓବାଦୀଙ୍କୁ ଡିଆରଜି ଯବାନ ମାରି ଦେଇଥିବା ଅଭିଯୋଗ ଆଣିଛି ଦରଭା ମାଓ ସଙ୍ଗଠନ । ଏନେଇ ମାଓ ଦରଭା ମାଓ ସଂଗଠନ ସଚିବ ସାଇନାଥ ପ୍ରେସ ରିଲିଜ ଜାରି କରି ଅଭିଯୋଗ କରିଛନ୍ତି।

ସପ୍ତାହକ ତଳେ DRG ଯବାନଙ୍କ ଅପରେସନ ବେଳେ ପୋଲିସ ଏନକାଉଣ୍ଟର ରେ ୧୫ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ୩ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ମାଓ ନେତ୍ରୀ କୋଶି, ଗୀତା ଏବଂ ଜ୍ୟୋତି ପ୍ରତ୍ୟେକଙ୍କ ନାଁରେ ୫ଲ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ତେବେ ଏହି ଏନକାଉଣ୍ଟରୁ ମିଥ୍ୟା ବୋଲି କହିଛି ଦରଭା ମାଓ ସଂଗଠନ। ଏହାଦ୍ୱାରା ଛତିଶଗଡ଼ର ଦରଭା ଡିଭିଜନ ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଥିବା ପ୍ରେସ ରିଲିଜରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.