ବାସୁଦେପୁର-ଧାମରା ରାସ୍ତାର ଅଟଳ ବିହାରୀ ଛକ ନିକଟରେ ଦୁର୍ଘଟଣା, ହାଇୱା ଧକ୍କା ଆଇଟିଆଇ ଛାତ୍ର ମୃତ

ବାସୁଦେପୁର(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେପୁର- ଧାମରା ରାସ୍ତାର ଅଟଳ ବିହାରୀ ଛକ ନିକଟରେ ହାଇୱା ଧକ୍କାରେ ଜଣେ ଆଇଟିଆଇ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । ପ୍ରତିବାଦରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଦୁର୍ଘଟଣାରେ ମୃତ ଆଇଟିଆଇ ଛାତ୍ର ଜଣଙ୍କ ହେଉଛନ୍ତି ରିଙ୍କୁ କୁମାର ସାହୁ ।

ଘର ବିନାୟକପୁରରେ । ସେ ଆଜି କଲେଜକୁ ପରୀକ୍ଷା ଦେବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ପଛପଟୁ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.