Below header

ସରକାରଙ୍କ ବଡ଼ ଘୋଷଣା, ଭାରତ ରତ୍ନ ବା ପଦ୍ମ ସମ୍ମାନକୁ ଏକ ଉପାଧି କିମ୍ବା ସାଙ୍ଗିଆ ଭାବେ ନିଜ ନାମରେ ବ୍ୟବହାର କରାଯାଇପାରିବ ନାହିଁ

ଭାରତ ରତ୍ନ ବା ପଦ୍ମ ସମ୍ମାନ ପାଇଥିବା ବ୍ୟକ୍ତି ଏହାକୁ ନିଜ ସାଙ୍ଗିଆ ଭାବରେ ବ୍ୟବହାର କରିପାରିବେ ନାହିଁ । କିମ୍ବା ନିଜ ନାମ ଆରମ୍ଭରେ ମଧ୍ୟ ବ୍ୟବହାର କରିପାରିବେ ନାହିଁ । ଆଉ ଯଦି କେହି ଏପରି କରନ୍ତି ସେମାନଙ୍କଠାରୁ ଏହି ସମ୍ମାନ ପ୍ରତ୍ୟାହାର କରିନିଆଯିବ । କାରଣ ନିଜ ନାଁ ସହ ଏହି ସମ୍ମାନକୁ ବ୍ୟବହାର କରିବା ଅର୍ଥ ଏହାକୁ ଅପବ୍ୟବହାର କରିବା । ଏହି ଘୋଷଣା କରିଛି ସ୍ବରାଷ୍ଟ୍ର ମନ୍ତ୍ରାଳୟ ।

ଭାରତ ରତ୍ନ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପରି ସମ୍ମାନରେ ସମ୍ମାନିତ ହେଉଥିବା ବ୍ୟକ୍ତିମାନେ ସେମାନଙ୍କ ନାମ ଆରମ୍ଭରୁ କିମ୍ବା ଶେଷରେ ଏହାକୁ ଏକ ସାଙ୍ଗିଆ ବା ଉପାଧି ଭାବେ ବ୍ୟବହାର କରିବାର ସମ୍ବିଧାନର ୧୮(୧) ଧାରାରେ କୌଣସି ପ୍ରକାର ପ୍ରାବଧାନ ବା ବ୍ୟବସ୍ଥା ନାହିଁ ବୋଲି ଲୋକସଭାରେ କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହୀର । ତେଣୁ ଏଭଳି କ୍ଷେତ୍ରରେ ଯଦି କେହି ବ୍ୟକ୍ତି ଏପରି କରନ୍ତି ତେବେ ରାଷ୍ଟ୍ରୀୟ ସମ୍ମାନର ଅପବ୍ୟବହାର କରୁଛନ୍ତି ବୋଲି ବିବେଚନା କରାଯିବ । ଏହା ସହ ସେମାନଙ୍କଠାରୁ ଏହି ସମ୍ମାନକୁ ପ୍ରତ୍ୟାହାର କରି ନିଆଯିବ ।

ସୂଚନାଯୋଗ୍ୟ, ୧୯୫୫ରେ ଏହି ରାଷ୍ଟ୍ରୀୟ ସମ୍ମାନ ପ୍ରଚଳନ ହେବା ପରଠାରୁ ଏଯାଏଁ ୩୮ ଜଣଙ୍କୁ ଭାରତ ରତ୍ନ, ୩୦୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୨୫୫ ଜଣଙ୍କୁ ପଦ୍ମ ଭୂଷଣ ଓ ୩୦୦୫ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.