Below header

ଭାରତରେ ନିକଟ ଅତୀତରେ ହୋଇଥିବା କିଛି ବଡ଼ ଟ୍ରେନ୍‌ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା

ଓଡ଼ିଶାରେ ଗତକାଲି ହୋଇଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡିଛି । ଆହତଙ୍କ ସଂଖ୍ୟା ୯୦୦ ରୁ ଉର୍ଦ୍ଧ୍ୱ ଥିବା ବେଳେ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ଓଡ଼ିଶାରେ ଅତୀତରେ ହୋଇଥିବା ଦୁର୍ଘଟଣାରୁ ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣା । ଆସନ୍ତୁ ଜାଣିବା ଭାରତରେ ନିକଟ ଅତୀତରେ ହୋଇଥିବା କିଛି ଭୟଙ୍କର ଟ୍ରେନ ଦୁର୍ଘଟଣା ବିଷୟରେ ।

ଓଡ଼ିଶାରେ ଗତକାଲି ହୋଇଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡିଛି । ଆହତଙ୍କ ସଂଖ୍ୟା ୯୦୦ ରୁ ଉର୍ଦ୍ଧ୍ୱ ଥିବା ବେଳେ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ଓଡ଼ିଶାରେ ଅତୀତରେ ହୋଇଥିବା ଦୁର୍ଘଟଣାରୁ ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣା । ଆସନ୍ତୁ ଜାଣିବା ଭାରତରେ ନିକଟ ଅତୀତରେ ହୋଇଥିବା କିଛି ଭୟଙ୍କର ଟ୍ରେନ ଦୁର୍ଘଟଣା ବିଷୟରେ ।

• ୬ ଜୁନ ୧୯୮୧ – ବିହାରରେ ହୋଇଥିବା ସବୁଠୁ ବଡ଼ ରେଲ ଦୁର୍ଘଟଣା । ବାଗମତି ନଦୀକୁ ଟ୍ରେନ ଖସି ପଡିବାରୁ ପ୍ରାୟ ୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁ ସଂଖ୍ୟା ୮୦୦ ରୁ ୨୦୦୦ କୁ ବୃଦ୍ଧି ହେବାର ଆଶଙ୍କା କରାଯାଇଥିଲା । ଯେହେତୁ ମୃତ ଦେହ ଭାସି ଯାଇଥିଲା ।

• ୨୦ ଅଗଷ୍ଟ ୧୯୯୫- ଉତ୍ତର ପ୍ରଦେଶ ଫିରୋଜାବାଦରେ କାଳିନ୍ଦି ଏକ୍ସପ୍ରେସ ଓ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ ଧକ୍କା ହେବା ଯୋଗୁ ୩୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

• ୨ ଅଗଷ୍ଟ ୧୯୯୯- ଅବଧ ଆସାମ ଏକ୍ସପ୍ରେସ ସହ ବ୍ରହ୍ମପୁତ୍ର ମେଲ ଦୁର୍ଘଟଣା ଘଟି ୩୦୦ ଲୋକଙ୍କ ପ୍ରାଣହାନୀ ଘଟିଥିଲା

• ୨୬ ଡିସେମ୍ବର ୨୦୦୪ – ବିଶ୍ବର ଏହା ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ । ୨୦୦୪ ଡିସେମ୍ବର ୨୬ରେ ପ୍ରଳୟଙ୍କରୀ ସୁନାମୀ ଆସିବା ବେଳେ ଟ୍ରେନର ସମୁଦାୟ ୮ଟି ବଗିରେ ପାଣି ଭର୍ତ୍ତି ହୋଇଥିଲା ।ସେତେବେଳେ ଟ୍ରେନରେ ପ୍ରାୟ ୧୫ ଶହରୁ ଅଧିକ ଯାତ୍ରୀ ଥିଲେ । ସମସ୍ତେ ମୃତ୍ୟୁବରଣ କରିଥିବା କୁହାଯାଇଥିଲା ।

• ୭ ଜୁଲାଇ ୨୦୧୧- ଛାପ୍ରା-ମଥୁରା ଏକ୍ସପ୍ରେସ ଉତ୍ତର ପ୍ରଦେଶ ଇଥା ଜିଲ୍ଲାରେ ଏକ ବସ ସହ ଦୁର୍ଘଟଣା ହେବା ଯୋଗୁ ୬୯ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏକ ଜଗୁଆଳି ବିହିନ ଟ୍ରେନ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

• ୩୦ ଜୁଲାଇ, ୨୦୧୨- ଦିଲ୍ଲୀ-ଚେନ୍ନାଇ ତାମିଲନାଡୁ ଏକ୍ସପ୍ରେସ ନେଲୋର ନିକଟରେ ନିଆଁ ଲାଗିବା ଯୋଗୁ ୩୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

• ୨୬ ମଇ, ୨୦୧୪ – ଉତ୍ତର ପ୍ରଦେଶର ସେଣ୍ଟ କବିର ନଗର ଠାରେ ଗୋରଖାଧାମ ଏକ୍ସପ୍ରେସ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନ ସହ ଦୁର୍ଘଟଣା ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
• ୨୦ ମାର୍ଚ୍ଚ ୨୦୧୫- ଡେରାଡୁନରୁ ବାରାଣସୀ ଯାଉଥିବା ଜନତା ଏକ୍ସପ୍ରେସ ଦୁର୍ଘଟଣାରେ ୩୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

• ୨୦ ନଭେମ୍ବର ୨୦୧୬- ଇଣ୍ଡୋର –ପାଟନା ଏକ୍ସପ୍ରେସ କାନପୁର ନିକଟରେ ଦୁର୍ଘଟଣା ହେବା ଯୋଗୁ ୧୫୦ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।

• ୧୯,ଅଗଷ୍ଟ ୨୦୧୭- ହରିଦ୍ୱାର-ପୁରୀ ଯାଉଥିବା ଇଣ୍ଡୋର-କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଉତ୍ତର ପ୍ରଦେଶ ମୁଜାଫରନଗର ନିକଟରେ ଦୁର୍ଘଟଣା ଘଟି୨୧ ଜଣଙ୍କର ମୃତ୍ୟୁ ଘଟିଥିଲା ।

• ୧୩ ଜାନୁଆରୀ ୨୦୨୨ – ବିକାନିର-ଗୁହାଟି ଏକ୍ସପ୍ରେସ ରେଲ ଦୁର୍ଘଟଣାରେ ୯ ଲୋକଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.