Below header

ପରିବାର ଆଗରେ ଧରା ପଡିଲେ ପ୍ରେମୀଯୁଗଳ: ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି, ଯୁବତୀଙ୍କ ଘର ସାମ୍ନାରେ କଲେ ଅନ୍ତିମ ସଂସ୍କାର

ବିହାର: ପ୍ରେମ ସମ୍ପର୍କକୁ ନେଇ ଏକ ଛାତିଥରା ଘଟଣା ସାମନାକୁ ଆସିଛି । ପ୍ରେମୀଯୁଗଳଙ୍କୁ ଏକାଠି ଦେଖିବା ପରେ ଯୁବତୀଙ୍କ ଘରଲୋକ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା କରିଛନ୍ତି । ତେବେ ଏହି ଘଟଣା ପରେ ମୃତ ଯୁବକଙ୍କ ଘର ଲୋକେ ଯୁବତୀଙ୍କ ଘର ସାମନାରେ ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି । ତେବେ ପୋଲିସ ପହଞ୍ଚିବା ବେଳକୁ ଶବ ପୋଡ଼ା ସରିଥିବାରୁ ଉଭୟପକ୍ଷର ଲୋକଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାଟି ବିହାରର ମୁଜାଫରପୁରରେ ଦେଖିବାକୁ ମିଳିଛି । ରାମପୁର ଗ୍ରାମରେ ରହୁଥିବା ସୌରଭ କୁମାର ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ପଡ଼ୋଶୀ ଗାଁ ସୋନବରସାକୁ ଯାଇଥିଲେ । ତେବେ ଦୁହିଁଙ୍କୁ ଏକାଠି ଦେଖିବା ପରେ ଯୁବତୀଙ୍କ ଘରଲୋକେ ସୌରଭଙ୍କୁ ନିର୍ଦ୍ଧୂମ୍ ପିଟିବା ସହ ପ୍ୟାଇଭେଟ୍ ପାର୍ଟ କାଟି ନେଇଥିଲେ । ଏହି ଘଟଣା ପରେ ସୌରଭଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ଚାଲିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବାରୁ ଏହି ସମୟରେ ଯୁବତୀଙ୍କ ଘରଲୋକେ ଫେରାର ହୋଇଯାଇଥିଲେ ।

bihar

ଏହି ଘଟଣା ପରେ ସୌରଭଙ୍କ ପରିଜନମାନେ ଯୁବତୀଙ୍କ ଘର ଆଗରେ ଶବକୁ ଅନ୍ତିମ ସଂସ୍କାର କରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶବଦାହ ସରିଯାଇଥିଲା । ତେଣୁ ସେ ଉଭୟ ପକ୍ଷର ଲୋକଙ୍କୁ ଗିରଫ କରିଥିବା ବେଳେ ଏବେ ବେ ଉକ୍ତ ଅଞ୍ଚଳରେ ପରିସ୍ଥିତି ଉଦବେଗଜନକ ସ୍ଥିତି ରହିଥିବାର ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.