ବିବାହ ବେଦୀରେ ବର କନ୍ଯାକୁ ବରମାଳା ପିନ୍ଧାଉଥିବା ବେଳେ ଦୌଡିଲେ କନ୍ଯା, ଭିଡିଓ ଭାଇରଲ

ଆପଣମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମଜାଳିଆ ଏବଂ କମେଡି କଥା ଦେଖିଥିବେ। ଏମିତି କେତେକ ଫଟୋ ଏବଂ ଭିଡିଓ ରହିଛି, ଯାହା ରୋଚକ ହେବା ସହିତ ହସି ହସି ବେଦମ ମଧ୍ୟ ହେବେ। ଏମିତି ଏକ ଘଟଣା ବିବାହରେ ଘଟିଛି, ଯାହାକୁ ଆପଣ ଦେଖିଲେ ମଧ୍ୟ ହସି ହସି ଗଡିଯିବେ। ବିବାହ ସମାରୋହରେ ବର କନ୍ଯା ନୁହେଁ ଷ୍ଟେଜରେ ରହିଥିଲେ। ବର- କନ୍ଯା ପରସ୍ପରକୁ ବରମାଳା ମଧ୍ୟ ପିନ୍ଧାଇଲେ। ସବୁ କିଛି ଠିକ୍ ଚାଲିଥିଲା କିନ୍ତୁ ଠିକ୍ ଏହାପରେ ଯାହା ହେଲା, ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେତେବେଳେ ବର କନ୍ଯାକୁ ଜୟମାଳା ପିନ୍ଧାଇବାକୁ ଚେଷ୍ଟା କରୁଛି, ଠିକ୍ ସେତିକି ବେଳେ କନ୍ଯା ପଛକୁ ହଟିଯାଉଛି। ଆଉ କନ୍ଯା ବେକରେ ବରମାଳା ପିନ୍ଧାଇବା ପାଇଁ ବର ଆଉ ପାଦେ ଆଗକୁ ଯାଉଛି। ଏହାପରେ କନ୍ଯା ଦୂରକୁ ଦୂର ଯାଇ ଷ୍ଟେଜରେ ଏଣେତେଣ ବୁଲିବାକୁ ଲାଗନ୍ତି। ବର ଯେତେବେଳେ କନ୍ଯା ପଛରେ ଯିବାକୁ ଆରମ୍ଭ କରିଥିଲା, ଠିକ୍ ସେତିକି ବେଳେ ବର ଦୌଡିବାକୁ ଆରମ୍ଭ କରିଦେଇଥିଲା। ବର କନ୍ଯାକୁ ବରମାଳା ପିନ୍ଧାଇବା ପାଇଁ ପଛେ ପଛେ ଦୌଡିବାକୁ ଆରମ୍ଭ କରିଦିଏ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଲୋକ ଏହି ଭିଡିଓର ମଜା ମଧ୍ୟ ନେଉଛନ୍ତି। ଏହି ଭିଡିଓକୁ ଟ୍ଯାଗ କରି ଅନେକ ୟୁଜର୍ସ ବର କନ୍ଯା କବାଡି କବାଡି ଖେଳୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.