ଅଲିମ୍ପିକ୍ସରେ ପଦ ଆଶା ବଢାଇଲେ ପିଭି ସିନ୍ଧୁ, ପ୍ରଥମ ରାଉଣ୍ଡରେ ଇସ୍ରାଏଲର ପୋଲକାରପୋଭାଙ୍କୁ କଲେ ପରାସ୍ତ

ଟୋକିଓ ଅଲିମ୍ପିକ୍ସରେ ପଦକ ଆଶା ବଢାଇଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ସିନ୍ଧୁ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ଗ୍ରୁପ-ଜେ ମ୍ୟାଚରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି ।

ସେପଟେ ସୁଟିଂରେ ଭାରତକୁ ପୁଣି ନିରାଶ ହେବାକୁ ପଡିଛି। ୧୦ ମିଟର ଏୟାର ପିସ୍ତଲରେ ରେସ୍‌ରୁ ବାଦ ପଡିଛନ୍ତି ମନୁ ଭାକର ଓ ଯଶସ୍ୱିନୀ ଦେସୱାଲ। ଉଭୟ ଟପ୍‌ ୮ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି ।

ରୋଇଂରେ ସେମିଫାଇନାଲରେ ପହଞ୍ଚିଛନ୍ତି ଅର୍ଜୁନଲାଲ ଜାଟ୍‌ ଓ ଅରବିନ୍ଦ ସିଂହ। ପୁରୁଷ ବିଭାଗର ଡବଲ ସ୍କଲର ରିପେଚେଜ୍‌ ରାଉଣ୍ଡରେ ତୃତୀୟ ସ୍ଥାନରେ ରହିଛି ସେମି ଫାଇନାଲକୁ ଉନ୍ନିତ ହୋଇଛନ୍ତି।

ସେହିପରି ମହିଳା ଡବଲସ୍‌ରେ ପ୍ରଥମ ରାଉଣ୍ଡରୁ ହିଁ ବାଦ୍‌ ପଡିଲେ ସାନିଆ ମିର୍ଜା ଓ ଅଙ୍କିତା ରୈନା। ୟୁକ୍ରେନର ନାଦିଆ କିଚେନୋକ୍‌ ଓ ଲିୟୁଦମାୟଲାଙ୍କଠାରୁ ହାରିଛନ୍ତି। ସାନିଆ ଅଙ୍କିତା ପ୍ରଥମ ସେଟ୍‌ ୬-୦ରେ ଜିତିଥିଲେ ବି ପରବର୍ତ୍ତୀ ଦୁଇଟି ସେଟ୍‌ ହାଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.