ମଶାଣିରେ ପାଳନ କରୁଥିଲେ ଜନ୍ମଦିନ, ଆଉ ତା’ ପରେ ଯାହା ଘଟିଲା…

ମଶାଣିକୁ ମଣିଷ କେବଳ ଜୀବନରେ ଗୋଟେ ଥର ଯାଏ, ତା’ ପୁଣି ମୃତ୍ୟୁ ପରେ। ଏହା ଏପରି ଏକ ଜାଗା ଯେଉଁଠିକୁ ମଣିଷ ନିଜ ଇଚ୍ଛାରେ ନୁହେଁ ବରଂ ଈଶ୍ୱରଙ୍କ ଇଚ୍ଛାରେ ଯାଏ। ଆପଣ ନିଜର ଜନ୍ମଦିନ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ପାଳନ କରିଥିବେ। ନ ହେଲେ ଘରେ କିମ୍ବା ପାର୍କରେ। କିନ୍ତୁ କେବେ ମଶାଣିରେ ଜନ୍ମଦିନ ପାଳନ କରିବା କଥା ଚିନ୍ତା କରିବେ ନାହିଁ। ମଶାଣିରେ ଭୂତ ପ୍ରେତଙ୍କ ସହ ଜନ୍ମଦିନ ପାଳନ କରିବା କଥା ଶୁଣିଛନ୍ତି। ଆମ ମନରେ ସାଧାରଣତଃ ମଶାଣିକୁ ନେଇ ଭୁଲ ଧାରଣା ରହିଛି। କିନ୍ତୁ ଏଭଳି ଜନ୍ମଦିନ ପାର୍ଟି ଆୟୋଜନ କରିଛନ୍ତି ମହାରାଷ୍ଟ୍ରର ନାସିକ ଜିଲ୍ଲାର ନିଫଡ ତାଲୁକା ଗାଁର କିଛି ଯୁବକ। ସ୍ଥାନୀୟ କିଛି ଯୁବକ ଜଣେ ସାଙ୍ଗ ସୋମନାଥ କୋଟମେଙ୍କ ୨୫ ତମ ଜନ୍ମଦିନ ପାଳନ କରିଥିଲେ। ଲୋକମାନଙ୍କ ମନରେ ଥିବା ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସେମାନେ ଦେଇଛନ୍ତି ଏକ ବାର୍ତ୍ତା।

birthday

ସ୍ଥାନୀୟ ନିବାସୀଙ୍କ କହିବାନୁଯାୟୀ, ରାତିରେ ମଶାଣିକୁ ଯିବା କଥା ଆପଣ କେବେ ଭାବିନଥିବେ। ଆଉ ସେଠାରେ ଯାଇ ରାତିରେ ଜନ୍ମଦିନ ପାଳନ କରିବା ତ ଦୂରର କଥା। କିନ୍ତୁ ସ୍ଥାନୀୟ ଯୁବକ ଚନ୍ଦୋରୀ ଶ୍ମଶାନରେ ପ୍ରଥମେ ଯାଇ ପାଟିତୁଣ୍ଡ କରିବା ସହ କେକ୍‌ କାଟିଥିଲେ। ଏପରି କରି ଲୋକମାନଙ୍କୁ ମନରୁ ଶ୍ମଶାନ ପ୍ରତି ଥିବା ଭୟ ଏବଂ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସ୍ଥାନୀୟ ଯୁବକ ଚେଷ୍ଟା କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସ୍ଥାନୀୟ ଯୁବକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.