Below header

ଆମେରିକାରେ ୨୦୦ ଟଙ୍କାରେ ମିଳୁଛି ଗୋବରରୁ ତିଆରି ଘଷି, ପ୍ୟାକେଟ ଉପରେ ଲେଖାଅଛି…

ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟ ଏବଂ ଆମାଜନରେ ବିକ୍ରି କରାଯାଉଛି ଗାଈ ଗୋବରରୁ ତିଆରି ଘଷି । ଏହାର ସୂଚନା ତ ଆପଣଙ୍କ ପାଖରେ ନିଶ୍ଚୟ ଥିବ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହା ଆମେରିକା ନ୍ୟୁ ଜେର୍ସି ଏଡିସନର ଏକ ଦୋକାନରେ ବିକ୍ରି କରାଯାଉଛି । ଯାହାର ଦାମ ରହିଛି ୨.୯୯ ଡଲାର(୨୧୪ ଟଙ୍କା) । ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏହା ଭାଇରଲ ହେବାରେ ଲାଗିଛି । ସମାର ହଲାର୍ନକର ନାମକ ଜଣେ ବ୍ୟକ୍ତି ଏହାର ଫଟୋକୁ ଟ୍ୱିଟରରେ ସେୟାର କରିଥିଲେ ।


ସେଥିରେ ସେ ଲେଖିଥିଲେ “ମୋର ଜଣେ ଭାଇ ନ୍ୟୁ ଜେର୍ସି ଏଡିସନ ଗ୍ରୋସରୀ ଷ୍ଟୋରରୁ ଏହି ଫଟୋ ଉତ୍ତାଳନ କରି ପଠାଇଥିଲେ” । ଯାହାର ଦାମ ହେଉଛି ୨.୯୯ ଡଲାର । ଗୋଟିଏ ପ୍ୟାକେଟରେ ୧୦ଟି ଘଷି ରହିଛି ଏହାସହିତ ଲେଖାଅଛି “ଧାର୍ମିକ ଉଦ୍ଦେଶ୍ୟରେ, ଏହା ଖାଇବା ଯୋଗ୍ୟ ନୁହେଁ” । ଏହାସହିତ ଭାରତର ପ୍ରଡକ୍ଟ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି ।

ଏହାସହ ପଢନ୍ତୁ ଲଜ୍ଜ୍ୟାଜନକ ! ମାନସିକଭାବେ ବିକାର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଦେଲେ ଏଭଳି ଦଣ୍ଡ, ଦେଖନ୍ତୁ ଭିଡିଓ

ବ୍ୟକ୍ତିଜଣକ ପ୍ରଶ୍ନ କରିଥିଲେ ଯେ କଣ ଏହା ଦେଶୀ ଗାଈର ଘଷି ଅଥବା ଅନ୍ୟ କୌଣସି ଗାଈର ? ଯେଉଁଥିରେ ଲୋକମାନେ କମେଣ୍ଟ ଦ୍ୱାରା କହିଛନ୍ତି ଯେ ଏହା ଭାରତର ପ୍ରଡକ୍ଟ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.