ଦେଖନ୍ତୁ ସଲମାନ୍ ଖାନଙ୍କ ‘ଦବଙ୍ଗ-୩’ ଫିଲ୍ମ ଗୀତର ମେକିଙ୍ଗ ଭିଡିଓ, ଆପଣ ବି କହିବେ ହୁଡ୍ ହୁଡ୍…

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଫ୍ୟାନ୍ସ ଖୁବ୍ ଉତ୍ସାହର ସହିତ ତାଙ୍କର ଆଗାମୀ ଫିଲ୍ମ ଦବଙ୍ଗ-୩କୁ ଅପେକ୍ଷା କରି ରହିଛନ୍ତି । ଫିଲ୍ମକୁ ନେଇ ଲୋକଙ୍କ ଭିତରେ କ୍ରେଜ୍ ପ୍ରତିଦିନ ବଢିବାରେ ଲାଗିଛି । ଏମିତିରେ ସଲମାନ୍ ଖାନ୍ ମଧ୍ୟ ନିଜର ଫ୍ୟାନ୍ସର ଉତ୍ସାହକୁ ବଢାଇବାରେ କୌଣସି କମ୍ ରଖୁନାହାନ୍ତି । ଏବେ ଫିଲ୍ମର ଟାଇଟେଲ୍ ସଙ୍ଗ ‘ଦବଙ୍ଗ ଦବଙ୍ଗ’ ର ମେକିଙ୍ଗ୍ ଭିଡିଓ ଧୁମ୍ ମଚାଉଛି । ଏହି ଭିଡିଓରେ ସଲମାନ ନିଜର ପୁରା ଟିମ୍ ସହିତ ନର୍ମଦା ନଦୀ କୂଳରେ ନଜର ଆସୁଛନ୍ତି । ସେଠାରେ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା ମଧ୍ୟ ସଲମାନଙ୍କ ମସ୍ତି ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ଦେଖନ୍ତୁ ଭିଡିଓ:

video courtesy:SKF

ଏହି ଭିଡିଓରେ ସଲମାନ୍ ମହେଶ୍ବର ଘାଟରେ ଥିବାର ଦେଖୁବାକୁ ମିଳୁଛି। ଭିଡିଓ ଟିରେ ନର୍ମଦା କୂଳରେ ଥିବା ମନ୍ଦିର ଏବଂ ସାଧୁମାନେ ମଧ୍ୟ ଗୀତର ସୁଟିଙ୍ଗରେ ନଜର ଆସୁଛନ୍ତି । ଏହା ସହିତ ନିଜର ସିଗନେର୍ ଷ୍ଟେପ୍ ରେ ସଲମାନଙ୍କୁ ଦେଖିବାକୁ ବହୁତ ମଜା ଲାଗୁଛି । ଦବଙ୍ଗ-୩ ପ୍ରଭୁଦେବାଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ସଲମାନ ଖାନ୍ ଫିଲ୍ମ ବ୍ୟାନରରେ ସଲମା ଖାନ୍, ଅରବାଜ୍ ଖାନ୍ ଏବଂ ନିଖିଳ ଦ୍ବିବେଦୀ ଦ୍ବାରା ନିର୍ମିତ ହୋଇଛି । ଏହି ଫିଲ୍ମରେ ସଲମାନଙ୍କ ସହିତ ସୋନାକ୍ଷୀ ସିହ୍ନା, ସଇ ମାଞ୍ଜେରକର ମଧ୍ୟ ମୁଖ୍ୟ ଭୂମୀକାରେ ନଜର ଆସିବେ । ଏହି ଫିଲ୍ମଟି ୨୦ ଡିସେମ୍ବରକୁ ରିଲିଜ୍ ହେବାକୁ ଯାଉଛି ।

ଏହାସହ ପଢନ୍ତୁ:

କଳାତ୍ମକ ସିନେମାର ଜଣାଶୁଣା ନାଁ ଲିପିକା ସିଂହ ଦରାଇ, ୭ବର୍ଷରେ ହାସଲ କରିଛନ୍ତି ୪ଟି ଜାତୀୟ ପୁରସ୍କାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.