ଗୋଧରା ଦଙ୍ଗା ପରି ପୁଲୱାମା ଆକ୍ରମଣ ପଛରେ ରହିଛି ବିଜେପିର ହାତ, ଏନସିପି ନେତା ଶଙ୍କରସିଂହ ବାଘେଲାଙ୍କ ସାଙ୍ଘାତିକ ଅଭିଯୋଗ

ଅହମ୍ମଦାବାଦ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିଜେପିର ଷଡଯନ୍ତ୍ର ଥିଲା,୨୦୦୨ରେ ଗୋଧରା ଦଙ୍ଗା ପରି;ଏପରି କଥା କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗୁଜରାଟର ପୁର୍ବ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଶଙ୍କରସିଂହ ବାଘେଲା । ସମାଚାର ଏଜେନ୍ସି ଏଏନଆଇ କୁ ବାଘେଲା ଦେଇଥିବା ମତରେ, ପୁଲୱାମା ଆକ୍ରମଣରେ ବ୍ୟବହାର କରାଯାଇଥିବା ଆରଡିଏକ୍ସ ଭର୍ତ୍ତି ଗାଡିର ରେଜିଷ୍ଟ୍ରେସନ ଗୁଜରାଟ ଜିଜେ….ଗୋଧରା ଏକ ଷଡଯନ୍ତ୍ର । ସେ ଆହୁରୀ ଆରୋପ ଲଗାଇଛନ୍ତି କି, ବିଜେପି ସରକାର ଦ୍ବାରା ନିର୍ବାଚନ ଜିତିବା ପାଇଁ ଏହି ଆତଙ୍କବାଦୀଙ୍କୁ ବ୍ୟବହାର କରାଯାଉଛି।

ମିଡିଆ ଆଗରେ ସେ କହିଛନ୍ତି କି, ଆତଙ୍କବାଦୀଙ୍କ ବ୍ୟବହାର ବିଜେପି ସରକାର ନିର୍ବାଚନ ଜିତିବା ପାଇଁ କରିଥାଏ । ଗତ ୫ବର୍ଷରେ ବହୁ ଆତଙ୍କବାଦୀ ଆକ୍ରମଣ ହୋଇଛି । ବାଲାକୋଟ ବିମାନ ଆକ୍ରମଣରେ କାହାର ଜୀବନ ଯାଇନଥିଲା । ଏହାବ୍ୟତିତ କୌଣସି ଅନ୍ତରାଷ୍ଟ୍ରୀୟ ଏଜେନ୍ସି ଏହାକୁ ପ୍ରମାଣ କରିପାରିନଥିଲେ କି ୨୦୦ଆତଙ୍କବାଦୀ ମରିଛନ୍ତି ବୋଲି । ବାଲାକୋଟ ବିମାନ ଆକ୍ରମଣ ଏକ ସୁପରିକଳ୍ପିତ ଷଡଯନ୍ତ୍ର ଥିଲା । ଏହା ହେବାର ଥିଲା ବୋଲି ସେ କହିଛନ୍ତି ।

ପୁଲୱାମା ଆକ୍ରମଣ ବିଷୟରେ ଗୁଇନ୍ଦ ବିଭାଗ ସୂତ୍ରରୁ ବିଭିନ୍ନ ସୂଚନା ମିଳିବା ପରେ ମଧ୍ୟ କୌଣସି ପଦକ୍ଷପ ଗ୍ରହଣ କରାଯାଇନଥିଲା । ଯଦି ଆପଣଙ୍କ ପାଖରେ ବାଲାକୋଟ ବିଷୟରେ ସୂଚନା ଥିଲା ତେବେ ନିଜର ଏହି ଶିବିରମାନଙ୍କ ବିପକ୍ଷରେ କାହିଁକି କୌଣସି ପଦକ୍ଷପ ନେଇନଥିଲେ । ଆପଣ ପୁଲୱାମା ଭଳି କିଛି ହେବାର କାହିଁକି ଅପେକ୍ଷା କରିଥିଲେ ବୋଲି ସେ କହିଛନ୍ତି ।

ବିଜେପି ପୁରା ଘଟଣାରେ ସାମିଲ ଅଛି । ଏହା ନିର୍ବାଚନ ଜିତିବା ପାଇଁ ସାଂପ୍ରଦାୟକ ସଂଘର୍ଷ ଆଣିବାକୁ ଯାଉଥିବା ସେ କହିଛନ୍ତି । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି,ବିଜେପିର ଗୁଜୁରାଟ ମଣ୍ଡଳ ମିଛ ଅଟେ । ରାଜ୍ୟ ଅବହେଳିତ ଅବସ୍ଥାରେ ଅଛି । ଦଳ ଉପରେ ନେତାମାନେ କ୍ଷୋଭ ଅଛନ୍ତି । ସେମାନଙ୍କୁ ଲାଗୁଛି ସେମାନେ ଠିକା ଶ୍ରମିକ ଭଳି କାର୍ଯ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.