ବାଣ ସ୍ଥାନରେ ଜମେଇକି ଫୁଟାଇଲେ ଗୁଳି , ଦେଖନ୍ତୁ ବିଜେପିର ଏହି ନେତ୍ରୀ କେମିତି ପାଳନ କରୁଛନ୍ତି ଦୀପାବଳି

ସତ୍ତା ବା କ୍ଷମତାର ନିଶା ଯେତେବେଳେ ମୁଣ୍ଡରେ ଚଢେ ସେତେବେଳେ କି ପୁରୁଷ କି ମହିଳା । ସମସ୍ତଙ୍କ ଆଚ୍ଚରଣ ଏବଂ ଉଚ୍ଚାରଣରୁ ଏହି କ୍ଷମତାର ଭାଷା ହିଁ ବାହାରିଥାଏ । ସେମିତି ଏକ ଘଟଣା ଆସିଛି ସାମ୍ନାକୁ ।

ମାମଲାଟି ହେଉଛି ମଥୁରାର । ଯେଉଁଠି ଜଣେ ମହିଳା କାଉଂସିଲର୍ ରଶ୍ମି ଶର୍ମା ଦୀପାବଳି ବାଣରେ ନୁହେଁ ମନାଇଛନ୍ତି ଗୁଳିରେ । ଆଜ୍ଞା ହଁ ଠିକ୍ ଶୁଣିଲେ । ତାହା ପୁଣି ଗୋଟିଏ ରାଉଣ୍ଡ ନୁହେଁ ଅନେକ ରାଉଣ୍ଡ ଗୁଳି ମାରି ପାଳିଛନ୍ତି ଦୀପାବଳି । ତେବେ ରଶ୍ମିଙ୍କ ଦ୍ବରା ଏହି ହଷଁ ଫାୟାରିଙ୍ଗର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ ନିୟମ କାନୁନକୁ ଫୁ କରି ଦୀପାବଳି ବାଣରେ ନୁହେଁ ଗୁଳିରେ ପାଳନ କରିଛନ୍ତି ।

councilorତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ପିସ୍ତଲର ଲାଇସେନ୍ସ ତାଙ୍କ ନାଁରେ ନାହିଁ ତଥାପି ବିନ୍ଦାସ୍ ଫାୟାରିଙ୍ଗ୍ କରୁଛନ୍ତି । ସେହିପରି ଏହି ବିଜେପି ନେତ୍ରୀଙ୍କ ଅନେକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ତାଙ୍କର ହତିୟାର୍ ପ୍ରତି ଅନେକ ପ୍ରେମ ଅଛି । ଭିନ୍ନ ଭିନ୍ନ ଫଟୋରେ ଭିନ୍ନ ଭିନ୍ନ ହତିୟାର ସହ ଫଟୋ ଉଠାଇଛନ୍ତି । ଯେତେବେଳେ କି ତାଙ୍କ ନିଜ ନାଁରେ କୌଣସି ହତିୟାରର ଲାଇସେନ୍ସ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.