Below header

୩ ହିନ୍ଦୀ ହାର୍ଟଲାଣ୍ଡ ରାଜ୍ୟରେ କାହା ହାତରେ ଶାସନ ଡୋରି ଦେବ ବିଜେପି: ମୋଦି, ଶାହଙ୍କ ନିଷ୍ପତ୍ତି ଉପରେ ନଜର

ହିନ୍ଦୀ ହାର୍ଟଲାଣ୍ଡର ୩ ରାଜ୍ୟରେ ବିଜେପି ବିପୁଳ ବିଜୟ । ଧରାଶାୟୀ ହେଲା କଂଗ୍ରେସ । ମୋଦି ମ୍ୟାଜିକ୍ ବିଜୟ ସୁନାମୀ ଆଣିଦେଲା ।

କେନ୍ୟୁଜ: ହିନ୍ଦୀ ହାର୍ଟଲାଣ୍ଡର ୩ ରାଜ୍ୟରେ ବିଜେପି ବିପୁଳ ବିଜୟ । ଧରାଶାୟୀ ହେଲା କଂଗ୍ରେସ । ମୋଦି ମ୍ୟାଜିକ୍ ବିଜୟ ସୁନାମୀ ଆଣିଦେଲା । ମଧ୍ୟପ୍ରଦେଶରେ ବିଜେପି ଏକାକୀ ୧୬୩ ସିଟ କବଜା କରିଥିବା ବେଳେ କଂଗ୍ରେସ ଜିତିଛି ୬୬ ଆସନ । ରାଜସ୍ଥାନରେ ବିଜେପି ୧୧୫, କଂଗ୍ରେସ ୬୯ ଓ ଅନ୍ୟାନ୍ୟ ୧୫ଟି ସିଟରେ ଜିତିଛନ୍ତି । ଛତିଶଗଡ଼ରେ ବିଜେପି ୫୪ ଓ ୩୫ଟି ସିଟରେ ବିଜୟୀ ହୋଇଛି କଂଗ୍ରେସ । ଏହି ତିନି ରାଜ୍ୟରେ କିଏ ରହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ ଚର୍ଚ୍ଚା ।

ଧ୍ୟପ୍ରଦେଶ ରେସରେ ଆଗରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଅଛନ୍ତି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ତିନି ଥର ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଦଳ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବ ନା ନୂଆ ଚେହେରା ଦେବ ତାଉପରେ ନଜର ।

ରାଜସ୍ଥାନରେ କ୍ଷମତା ବଦଳିଛି । ବିଜେପିରୁ କିଏ ହେବେ ମୁଖ୍ୟମନ୍ତ୍ରୀ । ଆଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ତାଙ୍କ ସହ ଚର୍ଚ୍ଚାରେ ଅଛନ୍ତି ମହନ୍ତ ବାଲକନାଥ ଯୋଗୀ । ଏମାନଙ୍କ ସହ ରେସରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ବିଜେପି ସାଂସଦ ଦୀୟା କୁମାରୀ ଓ ରାଜ୍ୟ ବର୍ଦ୍ଧନ ସିଂ ରାଠୋର ବି ଅଛନ୍ତି ।

ସେପଟେ ଛତିଶଗଡ଼ରେ କାହା ହାତରେ କମାଣ ଦେବ ବିଜେପି ? ଆଗରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ । ତାଙ୍କ ସହ ରେସରେ ଅଛନ୍ତି ଛତିଶଗଡ଼ ବିଜେପି ସଭାପତି ଅରୁଣ ସାଓ ଓ ଆଇଏଏସରୁ ପଲିଟିସିଆନ୍ ସାଜିଥିବା ଓ. ପି. ଚୌଧୁରୀ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.