ନିର୍ଯାତିତା ମହିଳାମାନଙ୍କୁ ନୂଆ ଜୀବନ ଦେଉଛି ସ୍ୱଧାର ଗୃହ, ନିରାଶ୍ରୟ ମହିଳାମାନଙ୍କୁ ମିଳିଛି ଆଶ୍ରୟ

କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୁରୁଷ ଅପେକ୍ଷା ମହିଳା ମାନେ ଅଧିକ ପରିଶ୍ରମୀ କିନ୍ତୁ ଏମାନେ ସାଧାରଣତଃ ବହୁ ସମୟରେ ନିର୍ଯାତିତ ହୋଇଥାନ୍ତି । ଏବଂ ଆଶ୍ରୟ ନ ପାଇ ବଣ ଜଙ୍ଗଲ ରେ ସେମାନେ ବୁଲି ଅତି ଦୟନୀୟ ଅବସ୍ଥାରେ ରହିଥାନ୍ତି ।

ନୂଆ ଜୀବନ ଦେଉଛି ସ୍ୱଧାର ଗୃହ । ଏହି ସ୍ୱଧାର ଗୃହରେ ନିର୍ଯାତିତା ମହିଳାମାନଙ୍କୁ ମିଳୁଛି ଦ୍ୱିତୀୟ ଜୀବନ । ନିଜ ପାଖରେ ରହିବା ପାଇଁ ଘର ଟିଏ ନଥିବା ବେଳେ ସ୍ୱଧାର ଗୃହ ହିଁ ପାଲଟିଛି ଏମାନଙ୍କ ପାଇଁ ଆଶ୍ରୟସ୍ଥଲୀ । ହସଖୁସିରେ କାମ କରି ସବୁ ଦୁଃଖକୁ ଭୁଲି ଯାଆନ୍ତି ଏମାନେ । ଘରୋଇ ହିଂସା , ଅବିବାହିତ ମାତୃତ୍ୱ ଓ ନିର୍ଯାତିତା ମହିଳା ମାନଙ୍କୁ ଆଶ୍ରୟ ଦେବାପାଇଁ ସରକାରଙ୍କ ପକ୍ଷରୁ ଖୋଲା ଯାଇଛି ସ୍ୱଧାର ଗୃହ । ଏଠାରେ ମହିଳାମାନଙ୍କୁ ରଖି ୩ ବର୍ଷ ପର୍ଯ୍ୟନ୍ତ ମାଗଣା ଖାଇବା ଓ ରହିବା ବ୍ୟବସ୍ଥା କରାଯାଏ । ଆସିଲା ବେଳେ ସେମାନଙ୍କ ମାନସିକ ସ୍ଥିତି ଭଲ ନଥାଏ । ତେଣୁ ସେମାନଙ୍କ ମାନସିକ ସନ୍ତୁଳନ ଠିକ ଅବସ୍ଥାକୁ ଆଣିବା ପାଇଁ ସେମାନଙ୍କୁ ସକାଳ ସନ୍ଧ୍ୟାରେ ଯୋଗ, ପ୍ରାଣାୟମ ଓ ପ୍ରାର୍ଥନା କରିବାକୁ କୁହାଯାଏ, ସେମାନଙ୍କୁ ବ୍ୟସ୍ତ ରଖିବା ପାଇଁ ବିଭିନ୍ନ ଧନ୍ଦା ମୂଳକ ଶିକ୍ଷା ଦିଆଯାଇଥାଏ । ଯାହା ଦ୍ୱାରା ୩ ବର୍ଷ ପରେ ଏହି ସ୍ୱଧାର ଗୃହରୁ ଗଲାପରେ ସେମାନେ ଯେପରି ସ୍ୱାବଲମ୍ବି ହୋଇପାରିବେ । ତେଣୁ ତାଙ୍କୁ ସିଲେଇ , ଖଲି ପତ୍ର ସିଲେଇ ଓ ଫିନାଇଲ ତିଆରି ପାଇଁ ତାଲିମ ଦିଆଯାଉଛି ।

କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୁରୁଷ ଅପେକ୍ଷା ମହିଳା ମାନେ ଅଧିକ ପରିଶ୍ରମୀ କିନ୍ତୁ ଏମାନେ ସାଧାରଣତଃ ବହୁ ସମୟରେ ନିର୍ଯାତିତ ହୋଇଥାନ୍ତି । ଏବଂ ଆଶ୍ରୟ ନ ପାଇ ବଣ ଜଙ୍ଗଲ ରେ ସେମାନେ ବୁଲି ଅତି ଦୟନୀୟ ଅବସ୍ଥାରେ ରହିଥାନ୍ତି । ତେବେ ବାଲିଗୁଡାରେ କାର୍ଯ୍ୟରତ ଥିବା ବନବାସୀ ସେବା ସମିତି ନାମକ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଆଶ୍ରା ଦେବାପାଇଁ ନିଜ ଅନୁଷ୍ଠାନରେ ରଖି ସରକାରଙ୍କୁ ଅବଗତ କରାଇଥିଲେ । ୧୯୯୩ ରେ ସରକାର ସ୍ୱଳ୍ପ କାଳୀନ ମହିଳା ନିବାସ ଯୋଜନାରେ ଭାରତୀୟ ଆଦିମ ଜାତି ସେବକ ସଂଘର ଅନୁମୋଦନ କ୍ରମେ ବନବାସୀ ସେବା ସମିତି ବାଲିଗୁଡାକୁ ସ୍ୱଳ୍ପ କାଳୀନ ମହିଳା ନିବାସର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ଏହା ପରେ ସରକାରଙ୍କ ତରଫରୁ ଏହାକୁ ସ୍ଵଧାର ଗୃହ ଓ ବର୍ତ୍ତମାନ ଜାଗୃତି ୨ ନାମରେ ନମିତା କରାଯାଇଛି । ଗତ ୨ ବର୍ଷ ହେଲା ବନବାସୀ ସେବା ସମିତି ପକ୍ଷରୁ ଫୁଲବାଣୀ ଠାରେ ଏହି ସ୍ୱଧାର ଗୃହ ଆରମ୍ଭ କରାଯାଇଛି । ନିର୍ଯାତିତ ହୋଇ ଆସିଥିବା ମହିଳା ମାନେ ନିଜେ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ଜରିଆରେ ଏଠାକୁ ଆସନ୍ତି । ଏଠାରେ ସେମାନଙ୍କୁ ରହିବା ଓ ଖାଇବା ସରକାର ଙ୍କ ପକ୍ଷରୁ ମାଗଣା ଦିଆଯାଏ । ଏମାନଙ୍କୁ ୩ ବର୍ଷ ପାଇଁ ଏଠାରେ ରଖାଯାଇଥାଏ ।

ସ୍ୱଧାର ଗୃହକୁ ଆସିଥିବା ମହିଳାମାନଙ୍କ ମାନସିକ ସ୍ଥିତିକୁ ଠିକ କରିବା ପାଇଁ ତାଙ୍କୁ ଯୋଗ ପ୍ରାଣାୟମ ସହ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟ ପାଇଁ ତାଲିମ ଦିଆଯାଏ । ସେମାନଙ୍କୁ ବିଭିନ୍ନ ପ୍ରକାର କାଉସିଲିଙ୍ଗ କରାଯାଏ । ଅନ୍ତେବାସୀ ମାନେ ସେଠାରେ ଖଲି ତିଆରି କାମ, ସିଲେଇ ଓ ଫିନାଇଲ ତିଆରି କରିବା କାମ କରନ୍ତି । ୩ ବର୍ଷ ପରେ ଏଠାରୁ ଗଲାବେଳକୁ ଯେମିତି ସବୁ ଅନ୍ତେବାସୀ ସ୍ୱାବଲମ୍ବି ହୋଇ ଘର ସଂସାର କରିବେ ତାହା ହିଁ ସ୍ୱଧାର ଗୃହର ଲକ୍ଷ ।

ସରକାର ଏହି ମହିଳାମାନଙ୍କ ଦୁଃଖକୁ ବୁଝିଛନ୍ତି । ନିରାଶ୍ରୟ ମହିଳାମାନଙ୍କୁ ଆଶ୍ରୟ ଦିଆଯାଉଥିବାରୁ ସେମାନେ ବେଶ ଖୁସି ଅଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ପୁଣି ସେମାନଙ୍କୁ ସାମିଲ କରାଯିବା ହିଁ ଏହି ସ୍ୱଧାର ଗୃହର ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.