ବିଲରେ ଅଭାବନୀୟ ଘଟଣା: ଦଳିଦେଲା ଦନ୍ତା, ୨ ମୃତ

କଟକ ଜିଲ୍ଲା ଟାଙ୍ଗୀ ଥାନା ପରୀରଡ ପଞ୍ଚାୟତ ସିଦ୍ଧେଶ୍ବର ମନ୍ଦିର ନିକଟ ବିଲରେ ଅଭାବନୀୟ ଘଟଣା । ଦୁଇ ମୃତକ ପାରି ଓରଡ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଓ ପରୀରଡ ଗାଁର ଲକ୍ଷ୍ମୀଧର ବେହେରା ।

ଟାଙ୍ଗୀ(କେନ୍ୟୁଜ): ଦଳିଦେଲା ଦନ୍ତା । ୨ ମୃତ । କଟକ ଜିଲ୍ଲା ଟାଙ୍ଗୀ ଥାନା ପରୀରଡ ପଞ୍ଚାୟତ ସିଦ୍ଧେଶ୍ବର ମନ୍ଦିର ନିକଟ ବିଲରେ ଅଭାବନୀୟ ଘଟଣା । ଦୁଇ ମୃତକ ପାରି ଓରଡ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଓ ପରୀରଡ ଗାଁର ଲକ୍ଷ୍ମୀଧର ବେହେରା ।

ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବିଲକୁ ଯାଉଥିବା ବେଳେ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦୁଇଟି ମୃତଦେହ ପଡି ରହିଛି । ଟାଙ୍ଗୀ ବନ ବିଭାଗ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.