Below header

ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ବଲିଉଡ୍ କଣ୍ଠଶିଳ୍ପୀ ଅନୁରାଧା ପଡୱାଲ

ଜଣାଶୁଣା ବଲିଉଡ୍ କଣ୍ଠଶିଳ୍ପୀ ଅନୁରାଧା ପଡୱାଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ଜଣାଶୁଣା ବଲିଉଡ୍ କଣ୍ଠଶିଳ୍ପୀ ଅନୁରାଧା ପଡୱାଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ୮୦ ଏବଂ ୯୦ ଦଶକରେ ହିଟ୍ ଗୀତ ଏବଂ ଭକ୍ତି ସଙ୍ଗୀତ ପାଇଁ ପ୍ରସିଦ୍ଧ ଏହି ଗାୟୀକା ବିଜେପିରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଛନ୍ତି। ସନାତନ ଧର୍ମ ସହିତ ଗଭୀର ସମ୍ପର୍କ ଥିବା ଏକ ସରକାରରେ ଯୋଗ ଦେଇ ସେ ବହୁତ ଖୁସି ବୋଲି କହିଛନ୍ତି ଅନୁରାଧା।

ବିଜେପିରେ ଯୋଗଦେବା ମୋର ସୌଭାଗ୍ୟ। ତେବେ ଆଗାମୀ ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ, ସେସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି। ପାର୍ଟି ତାଙ୍କୁ ଯେଉଁ ଦାୟିତ୍ବ ଦେବ ତାହା ସେ ତୁଲାଇବେ ବୋଲି କହିଛନ୍ତି। ବିଜେପିରେ ଯୋଗଦେବା ପରେ ଅନୁରାଧା ଯାଇ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିବାରୁ ​​ତାଙ୍କ ଛିଡ଼ା ହେବାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.