ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଥାନାରେ ଏତଲା, ଅଭିଯୋଗ ଆଣିଲେ ଜଣେ ବରିଷ୍ଠ ଡାକ୍ତର

ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଥାନାରେ ଏତଲା । ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଜଣେ ବରିଷ୍ଠ ଡାକ୍ତର । ବୌଦ୍ଧ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦମମୋହନ ପ୍ରଧାନ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଥାନାରେ ଏତଲା । ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଜଣେ ବରିଷ୍ଠ ଡାକ୍ତର । ବୌଦ୍ଧ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦମମୋହନ ପ୍ରଧାନ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମୀକ୍ଷା ଚାଲିଥିଲା ।

ସେଠାରେ ଆଲୋଚନା ବେଳେ ସର୍ବସମ୍ମୁଖରେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଜିଲ୍ଲାପାଳ ଓ ଏସପି । ଏନେଇ ଡାକ୍ତର ମଦନମୋହନ ପ୍ରଧାନ ଜିଲ୍ଲା ସଂଘକୁ ଜଣାଇବା ସହ ଥାନାରେ ଅଭିଯୋଗ କରିଛନ୍ତି । ଦୁର୍ବ୍ୟବହାର ପ୍ରତିବାଦରେ ଏଡିଏମଓଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ କର୍ମଚାରୀ ସଂଘ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଛି । ଅନ୍ୟପଟେ ଅଭିଯୋଗ ଉପରେ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.