ବଲିଉଡର ସୁପରଷ୍ଟାରଙ୍କ ସମେତ ମାଷ୍ଟରବ୍ଲାଷ୍ଟର କଲେ ମତଦାନ

ବଲିଉଡର ବିଗ୍ ବି ଅମିତାବ ବଚ୍ଚନ, ପତ୍ନୀ ଜୟା ବଚ୍ଚନ, ପୁଅ ଅଭିଶେକ ଓ ବୋହୂ ଐଶୟା ରାୟ ବଚ୍ଚନ ବି ମୁମ୍ବାଇରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ପରିବାରର ସଦସ୍ୟ ଏକାଠି ଆସି ମୁମ୍ବାଇର ବୁଥ୍ ରେ ଭୋଟ ଦେଇଥିଲେ । ବଚ୍ଚନ ପରିବାରଙ୍କୁ ଦେଖବାକୁ ଫ୍ୟାନଙ୍କ ଭିଡ ଜମିଥିଲା ।

hemamaliniଏପଟେ ମତାଧିକାର ସାବ୍ୟସ୍ତ କରିଛନ୍ତି ଡ୍ରିମ ଗର୍ଲ ତଥା ବିଜେପି ନେତ୍ରୀ ହେମାମାଳିନୀ । ଦୁଇ ଝିଅ ଇସା ଓ ଆହାନାଙ୍କ ସହ ମୁମ୍ବାଇର ବୁଥ୍ ରେ ଭୋଟ ଦେଇଛନ୍ତି । ଗଣତନ୍ତର ମହାପର୍ବରେ ସାମିଲ ହେବାକୁ ହେମା ଅନୁରୋଧ କରିଛନ୍ତି ।

Sachin Tendulkarସେହିପରି ଗୋଟିଏ ଫ୍ରେମରେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ପରିବାର ମୁମ୍ବାଇରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ପତ୍ନୀ ଅଞ୍ଜଳି, ପୁଅ ଓ ଝିଅଙ୍କ ସହ ସଚ୍ଚିନ ମତାଧିକାର ସାବ୍ୟସ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.