Below header

କୋର୍ଟରେ ଫୁଟିଲା ବୋମା, ଦୁଇଜଣ ନିହତ

ଲୁଧିଆନା : ଆଜି ଲୁଧିଆନା ଜିଲ୍ଲା କୋର୍ଟରେ ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଘଟଣା ପରେ ପଞ୍ଜାବ ସରକାର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି । ଏପଟେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା, ଆଲୋଚନା ଓ ସମାଲୋଚନା ମଧ୍ୟ ଆରମ୍ଭ ହୋଇଗଲାଣି ।
ଅକାଳୀ ଦଳ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ନେଇ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ପକ୍ଷରୁ ଏହାର ଜବାବ ରଖା ଯାଇଛି । ନଭଜ୍ୟୋତ ସିଂହ ସିଦ୍ଧୁ କହିଛନ୍ତି କି ରାଜ୍ୟରେ ଶାନ୍ତି ଭଙ୍ଗ ଓ ଆଇନ୍‌ ଶୃଙ୍ଖଳାକୁ ବିଗାଡ଼ିବା ପାଇଁ ଏହା ଏକ ଷଡ଼ଯନ୍ତ୍ର । ଆଜି କୋର୍ଟର ଶୌଚାଳୟ ଭିତରେ ଏହି ବୋମା ବିସ୍ଫୋରଣ ଘଟିଥିଲା । ଯାହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.