କୋଭିଡ-୧୯ର ରକ୍ଷା କବଚ ସାଜିବ ମୋଡେର୍ନାର ବୁଷ୍ଟର ଡୋଜ୍‌ !

କୋଭିଡ-୧୯ର ରକ୍ଷା କବଚ ସାଜିବ ମୋଡେର୍ନାର ବୁଷ୍ଟର ଡୋଜ୍‌। କମ୍ପାନୀ କହିଛି ଯେ ଲାବରେଟୋରୀ ପରୀକ୍ଷଣ ପରେ ଏହା କରୋନା ଭାଇରସର ଭାରିଆଣ୍ଟ ଓମିକ୍ରନ ଠାରୁ ଲୋକଙ୍କୁ ରକ୍ଷା କରି ପାରିବ ବୋଲି ସ୍ପଷ୍ଟ ହୋଇଛି। ଏହା ଓମିକ୍ରନ ବିରୋଧରେ ଜୋରଦାର କାମ କରିବ । ଏହାକୁ ପ୍ରତିହତ କରିବାରେ ସବୁଠାରୁ ଆଗରେ ରହିବ ବୋଲି କମ୍ପାନୀ ଦାବି କରିଛି । ଅବଶ୍ୟ ନିର୍ଦ୍ଦିଷ୍ଟ ଭାବେ ଓମିକ୍ରନ୍‌ ପାଇଁ ମୋଡେର୍ନା କମ୍ପାନୀ ଭ୍ୟାକସିନ୍‌ ପ୍ରସ୍ତୁତ କରିବାରେ ଲାଗିଛି । ଯାହାର କ୍ନିନିକାଲ ପରୀକ୍ଷା ଆସନ୍ତା ବର୍ଷ ଆରମ୍ଭରେ କରାଯିବାକୁ ଯୋଜନା ରହିଛି । ତେବେ ବର୍ତ୍ତମାନର ଭ୍ୟାକସିନ ମଧ୍ୟ ଏ ଦିଗରେ କାମ କରୁଛି ।

ମୋଡେର୍ନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପଲ ବର୍ଟନ କହିଛନ୍ତି ଯେ ବର୍ତ୍ତମାନ ଆମ ପାଖରେ ଯାହା ଉପଲବ୍ଧ ଅଛି ତାହା ହେଉଛି Mrna-୧୨୭୩ । ଏହା ଅତ୍ୟନ୍ତ ପ୍ରଭାବଶାଳୀ ଆଉ ନିରାପଦ ମଧ୍ୟ । ଆଶା ଅନୁସାରେ ଏହା ଆଗକୁ ଛୁଟିଦିନ ଓ ଶୀତମାସ ଗୁଡିକରେ ଲୋକଙ୍କୁ ସୁରକ୍ଷା ଦେବ। କାରଣ ସେତେବେଳକୁ ଓମିକ୍ରନ୍‌ ସଂକ୍ରମଣ ଶୀର୍ଷରେ ଥିବ ।
ମୋଡେର୍ନାର ଦୁଇ ଡୋଜ ଓମିକ୍ରନ ଭାରିଆଣ୍ଟ ବିରୋଧରେ ଆଣ୍ଟିବଡି ସୃଷ୍ଟି କରିଛି । କିନ୍ତୁ ୫୦ ମାଇକ୍ରୋଗ୍ରାମ ବୁଷ୍ଟର ଡୋଜ ଭାରିଆଣ୍ଟ ୩୭ ଗୁଣ ଅଧିକ ଆଣ୍ଟିବଡି ବୃଦ୍ଧି କରିଛି । ଏକ ୧୦୦ ମାଇକ୍ରୋଗ୍ରାମ ବୁଷ୍ଟର ଅରିଜିନାଲ ସଟ ସହିତ ସମାନ । ଏହା ଆଣ୍ଟିବଡି ଗୁଡିକୁ ପ୍ରତିହତ କରିବା ପାଇଁ ୮୦ ଗୁଣରୁ ଅଧିକ ଆଗକୁ ବଢୁଛି ।

କମ୍ପାନୀ ମୁଖ୍ୟ ଷ୍ଟିଫେନ ହୋଗ କହିଛନ୍ତି ଯେ କମ୍ପାନୀ ବର୍ତ୍ତମାନ ହାୟର ବୁଷ୍ଟର ଡୋଜ ପାଇଁ ଅନୁମୋଦନ ଆଣିବାକୁ ଯୋଜନା କରୁନାହିଁ । ଲୋୟର ଡୋଜ ସଟ ଦ୍ୱାରା ଉତ୍ପନ୍ନ ଆଣ୍ଟିବଡି ସ୍ତର ମଧ୍ୟ ଭଲ ରହିଛି । ଯାହା ସଂକ୍ରମଣର ବିପଦକୁ ସୂଚାଇ ପାରିବ । ତେବେ କମ୍ପାନୀ ଏକଥା ମଧ୍ୟ କହୁଛି ଯେ ଏହାର ଦୁଇ ଡୋଜ ନେଲା ପରେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବ ନାହିଁ କିମ୍ବା ଓମିକ୍ରନ ଭାରିଆଣ୍ଟରୁ ମୃତ୍ୟୁ ଜନିତ ଭୟକୁ ହ୍ରାସ କରିବ ବୋଲି ଆମେ ଦାବି କରୁ ନାହୁଁ । କିନ୍ତୁ ଏହା ନିଶ୍ଚିନ୍ତ ଭାବେ ଓମିକ୍ରନ ବିରୋଧରେ ଲଢିବ ଓ ଓମିକ୍ରନ ଜନିତ ଅନ୍ୟ ବଡ ବିପଦରୁ ରକ୍ଷା କରିବ ।
ପୂର୍ବରୁ ଉଭୟ ମୋଡର୍ନା ଓ ପିଫାଇଜର ଟିକା ହୃଦଘାତର ବିରଳ ଘଟଣା ସହିତ ସଂପୃକ୍ତ । ଅନେକ ଗବେଷଣାରୁ ଜଣାପଡିଛି ଯେ ମୋର୍ଡେନା ଟିକା, ପିଫାଇଜର ତୁଳନାରେ ଅଧିକ ହାରରେ ହୃଦଘାତର କାରଣ ହୋଇପାରେ ।

ଗତ ମାସରେ ଦକ୍ଷିଣ ଆଫ୍ରିକା ଏବଂ ହଂକଂରେ ଚିହ୍ନଟ ହୋଇଥିବା ଓମିକ୍ରନ ଅତ୍ୟଧିକ ବେଗରେ ବ୍ୟାପୁଛି । ସମଗ୍ର ବିଶ୍ୱରେ ୯୦ରୁ ଅଧିକ ଦେଶରେ ଏହା କାୟା ମେଲାଇଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ତେବେ ଏଯାଏ ଓମିକ୍ରନ୍‌କୁ ଅନେଇ ଅନେକ କଥା ପଦାକୁ ଆସି ନାହିଁ । ଏହା କେତେଦୂର ଭୟଙ୍କର ହେଉଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.