ମଧୁମେହ ରୋଗୀଙ୍କ ପାଇଁ ହୃଦରୋଗ କାହିଁକି ହୋଇଥାଏ ବିପଦ, ଜାଣନ୍ତୁ

ଡାଇବେଟିଜ ବା ମଧୁମେହ ରୋଗୀ ହାର୍ଟକୁ ନେଇ ସବୁବେଳେ ଚିନ୍ତାରେ ଥାନ୍ତି। ରିପୋର୍ଟ ମୁତାବିକ, ଯେଉଁମାନଙ୍କୁ ମଧୁମେହ ସମସ୍ୟା ରହିଛି ସେମାନେ ନିଶ୍ଚିତ ଭାବେ ହାର୍ଟକୁ ନେଇ ସର୍ବଦା ସଜାଗ ରହିବା ଉଚିତ। ଏଥିପାଇଁ ସେମାନଙ୍କର ବ୍ଲଡ ସୁଗାର କଣ୍ଟ୍ରୋଲ ରହିବା ଉଚିତ।
ଆମେରିକାନ ନ୍ୟାସନାଲ ହାର୍ଟ ଆସୋସିଏସନ୍ଙ୍କ ସୂଚନା ମୁତାବିକ ମଧୁମେହରେ ପିଡ଼ୀତ ଥିବା ୬୫% ଲୋକଙ୍କ ମୃତ୍ୟୁ ହାର୍ଟ ଆଟାକ ଦ୍ୱାରା ହୋଇଥାଏ। ଟାଇପ ୨ ମଧୁମେହ ରୋଗୀଙ୍କ mellitus କାରଣରୁ ହାର୍ଟ ପାଇଁ ବିପଦ ଦ୍ୱିଗୁଣା ରୁ ଚାରିଗୁଣା ବଢ଼ିଯାଏ।
ତେବେ ଏହାବି ସତ ଯେ ହାର୍ଟ ସୁସ୍ଥ ନରହିଲେ ମଧ୍ୟ ଅନେକ ସମସ୍ୟା ଦେଖାଯାଏ। ହାଇ ବ୍ଲଡ ପ୍ରେସର, ସ୍ମୋକିଂ, କୋଲେଷ୍ଟ୍ରଲର ବୃଦ୍ଧି କାରଣରୁ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହୋଇଥାଏ। ମଧୁମେହ ରୋଗୀଙ୍କ ହାର୍ଟ ପ୍ରୋବେଲମ୍ର ମୁଖ୍ୟ କାରଣ ସେମାନଙ୍କ କୋରନୋରୀ ଆର୍ଟରୀଜ କଠୋର ହୋଇଯିବା। ଏହାକୁ atherosclerosis କୁହାଯାଏ। ଏହା କାରଣରୁ ହାର୍ଟକୁ ଅକ୍ସିଜେନ ଓ ନ୍ୟୁଟ୍ରିସନ ଦେଉଥିବା ରକ୍ତ ବାହିକାରେ କୋଲେଷ୍ଟ୍ରଲ ଜମା ହୋଇଯାଏ । ବ୍ୟକ୍ତିକୁ ଅଣନିଶ୍ୱାସୀ ଲାଗେ।
ଡାଇବେଟିଜ ରୋଗୀଙ୍କୁ କେବଳ ହୃଦଜିନତ ରୋଗ ନୁହେଁ ବରଂ ହାର୍ଟ ପାଇଁ ବିପଦ ବଢ଼ିଯାଏ। ଏହାଯୋଗୁଁ ହାର୍ଟ ଠିକ୍ ରୂପେ ବ୍ଲଡ ପମ୍ପ କରିପାରିନଥାଏ। ଯାହା କାରଣରୁୁ ଲଙ୍ଗସ୍ ବା ଫୁସଫୁସ୍ ରେ ପାଣି ଭରିଯାଏ। ଏହାସହ ନିଶ୍ୱାସ ନେବାରେ କଷ୍ଟ ହୁଏ। ପାଦରେ ମଧ୍ୟ ପାଣି ଜମା ହୋଇଯାଏ।
ତେଣୁ ଏହି ସମୟରେ ନିମ୍ନଲିଖିତ କଥା ଉପରେ ଧ୍ୟାନ ଦିଅନ୍ତୁ:
-ବ୍ଲଡ ସୁଗାର ମାତ୍ରାକୁ ନିୟନ୍ତ୍ରଣ କରନ୍ତୁ।
-ବ୍ଲଡ ପ୍ରେସର ମାତ୍ରାକୁ 120/80 mmHg ଆଖାପାଖରେ ରଖନ୍ତୁ।
-ନିୟମିତ ରୂପେ ବ୍ଲଡ ସୁଗାର ଓ ବିିପିର ଔଷଧ ଖାଆନ୍ତୁ।
– ଡାଇଟ ଏବଂ ଏକ୍ସରସାଇଜ ସାହାଯ୍ୟରେ କୋଲେଷ୍ଟ୍ରଲ ଲେଭଲକୁ ନିୟନ୍ତ୍ରଣ ରଖନ୍ତୁ।
-ଓଜନକୁ ନିୟନ୍ତ୍ରଣ ରଖନ୍ତୁ।
-ହାର୍ଟ ପାଇଁ ଉପଯୁକ୍ତ ଖାଦ୍ୟ ଖାଆନ୍ତୁ।
-ନିଶା ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
– ଚିନ୍ତାକୁ ଦୂର କରିବା ପାଇଁ ନିୟମିତ ରୂପେ ଯୋଗ କରନ୍ତୁ।