ଗ୍ରାମୀଣ ଯୋଗାଯୋଗକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ: ୨୨ ଜିଲ୍ଲାରେ ହେବ ୫୫ଟି ବ୍ଲକ୍‌ ଲେବୁଲ ବସ୍‌ଷ୍ଟାଣ୍ଡ

କେନ୍ୟୁଜ୍(ବ୍ୟୁରୋ): ଗ୍ରାମାଞ୍ଚଳକୁ ସୁଗମ ଯୋଗାଯୋଗ ସରକାରଙ୍କ ପ୍ରାଥମିକତା। ଏହାକୁ ଦୃଷ୍ଟିରେ ରଖି ୨୨ଟି ଜିଲ୍ଲାରେ ୫୫ଟି ନୂଆ ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ଲକସ୍ତରରେ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯିବ। ଯାହା ଗ୍ରାମାଞ୍ଚଳକୁ ଯୋଗାଯୋଗରେ ଉନ୍ନତି ଆଣିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଦ୍ୱାରା ଗ୍ରାମାଞ୍ଚଳ ଲୋକେ ଉନ୍ନତ ଯୋଗଯୋଗ ଭିତ୍ତିଭୂମି ସହ ଯୋଡ଼ି ହେବେ।