Below header

ଦେଖନ୍ତୁ ଭିଡିଓ : ଉଡିଲା ଚେୟାର ବାଜିଲା ମୁଥ, ବିବାହ ଉତ୍ସବ ପାଲଟିଲା ରଣକ୍ଷେତ୍ର

ସୂରିୟାପେଟ (ତେଲେଙ୍ଗାନା) : ଜୁଆଡେ ଦେଖିବ ସିଆଡେ ଖାଲି ଟଣାଓଟାରା ଆଉ ମାରପିଟ୍ । କିଏ ଚେୟାର ଟେକି କାହାକୁ ବାଡେଇଲାଣି ତ କିଏ ବାଡି ଧରି କାହାକୁ ଗୋଡାଇଲାଣି । ଖାଲି ପୁରୁଷ ନୁହେଁ ମହିଳାମାନେ ମଧ୍ୟ ଏଥିରେ ମାଡ ମାରାମରି ହେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ହେଲେ କାହିଁକି କିଏ କାହାକୁ ମାରୁଛନ୍ତି, ଏନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚିତ ।

ତେବେ ଏହି ଘଟଣାଟି ହେଉଛି ତେଲେଙ୍ଗାନାର ସୂରିୟାପେଟରେ । ଏକ ବିବାହ ଉତ୍ସବରେ ଘଟିଛି ଏଭଳି ଅଭାବନୀୟ ପରିସ୍ଥିତି । ବିବାହ ଶୋଭାଯାତ୍ରାକୁ କେନ୍ଦ୍ର କରି ଉଭୟ ପକ୍ଷ ଭିତରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଯାହା ପହଁଚିଥିଲା ହାତାହାତିରେ । ଆଉ କିଛି କ୍ଷଣରେ ବିବାହ ଉତ୍ସବ ପରିଣତ ହୋଇଯାଇଥିଲା ରଣକ୍ଷେତ୍ରରେ । ଉଭୟ ତରଫରୁ ଆକ୍ରମଣ କରିବାରେ କମି ନଥିଲା । ଚାପୁଡା ମାରାମରି ସହିତ ଚେୟାର ଫୋପଡା ଫୋପଡି । କିଏ କାହାକୁ ଛାଡିବାକୁ ନାରାଜ।

ଦେଖନ୍ତୁ ଭିଡିଓ:

ଛୁଆଙ୍କ ସହିତ ମୁରବିମାନେ ବି ଏହି ଝଗଡାରେ ସମାନ ଭାବେ ନଜର ଆସିଥିଲେ । ପିଲାଠୁ ନେଇ ବୁଢା ସମସ୍ତେଙ୍କ ଭିତରେ ଦେଖିବାକୁ ମିଳିଥିଲା ହିଂସାତ୍ମକ ଭାବନା । ଶେଷରେ ପରିସ୍ଥିତି ଅଣାୟତ ହେବାରୁ ସୂଚନା ପାଇ ଘଟଣାସ୍ଥଳରେ ପହଁଚିଥିଲା ପୋଲିସ୍ । ତେବେ ଏହି ଘଟଣାପରେ ଉଭୟ ପକ୍ଷଙ୍କ ତରଫରୁ ପାଖାପାଖି ୩ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.