ପୁଣି ଥରେ ବଜାରକୁ ଆସିବ Moto Razr ସ୍ମାର୍ଟଫୋନ, ମିଳିବ ଫୋଲଡେବଲ୍‌ ଡିସ୍‌ପ୍ଲେ

ସ୍ମାର୍ଟଫୋନ ୟୁର୍ଜରଙ୍କ ପାଇଁ ପୁଣି ଖୁସି ଆଣିଦେଉଛି ମୋଟୋ କମ୍ପାନୀ। ୨୦୦୪ରେ ଆସିଥିବା Moto Razr ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରୀରେ ଧୁମ୍‌ ମଚାଇଥିଲା। ଏବେ ଏହି ଆଇକନିକ ଫ୍ଲିପ ଫୋନର ନୂଆ ଅବତାର ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି।

ଏହାର ସ୍ୱତନ୍ତ୍ରତା ଫୋଲଡେବଲ୍‌ ଡିସପ୍ଲେ ରହିବ। ଫୋନଟି ଫ୍ଲୋଡ ରହିବା ସ୍ଥିତିରେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ। ଏହି ସମୟରେ ଆପଣ ମେସେଜ, କଲ୍‌, ମେଲ୍‌ର ନୋଟିଫିକେସନ ମିଳିବ ଏବଂ ଅନେକ ଫିଚର୍ସ ମଧ୍ୟ ଉପଲବ୍ଧ ହେବ। ସେଲ୍‌ଫି ପାଇଁ ସେକେଣ୍ଡରୀ ସ୍କ୍ରିନ୍‌ ତଳେ ଏକ କ୍ୟାମେରା ଦିଆଯାଇଛି। ଆସନ୍ତା ୧୩ ତାରିଖରେ ଏକ ଇଭେଣ୍ଟରେ ଫୋନ ଲଞ୍ଚ କରାଯିବ। କିନ୍ତୁ ଏପର୍ଯ୍ୟନ୍ତ ଫୋନର ଟିଜର ଲଞ୍ଚ ହୋଇନାହିଁ। ନିକଟରେ ଏହାର ଫଟୋ ଲିକ୍‌ ହୋଇଛି। ଯେଉଁଥିରେ ଫୋନର ଅଲଗା ଅଲଗା ଆଙ୍ଗେଲ ଦେଖିବାକୁ ମିଳିଛି।

moto 1

ଏହି ସ୍ମାର୍ଟଫୋନରେ ୬.୨ ଇଞ୍ଚ AMOLED ଡିସପ୍ଲେ ରହିବ। ଏହା ସହିତ Qualcomm Snapdragon 710 ପ୍ରୋସେସର ମଧ୍ୟ ଦିଆଯିବ। ଏହାର ଦୁଇଟି ଭାରିଅଣ୍ଟ ଲଞ୍ଚ କରାଯିବ। ଏହି ଫୋନର ମୂଲ୍ୟ ୧୫୦୦ ୟୁରୋ ରହିବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.