କାହାର ଦରମା ବେଶି IAS ନା IPS, କିଏ ଅଧିକ ଶକ୍ତିଶାଳୀ ଜାଣନ୍ତୁ

ବହୁ ଶିକ୍ଷିତ ଯୁବ ବର୍ଗଙ୍କ ଜୀବନରେ ଆଇଏଏସ ଓ ଆଇପିଏସ ହେବାର ସ୍ବପ୍ନ ନିଶ୍ଚିତ ରୂପେ ଥାଏ । ବହୁ କଠିନ ପରୀକ୍ଷା ପାସ କରିବା ପରେ ହିଁ ଏହିଭଳି ଏକ ପୋଷ୍ଟରେ ଯୁବ ବର୍ଗ ରହି ପାରନ୍ତି । ଏଥିପାଇଁ ୟୁପିଏସଇ ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡେ । ପରେ ସେହି ରାଙ୍କ ଅନୁସାରେ ହିଁ ଉତ୍ତୀର୍ଣ ହୋଇଥିବା ପିଲାଙ୍କୁ ଦେଶର ବିଭିନ୍ନ ରାଜ୍ୟ ମାନଙ୍କରେ ନିଯୁକ୍ତି ଦିଆଯାଏ । ଭଲ ବା ଉଚ୍ଚ ରାଙ୍କରେ ଥିବା ପିଲାଙ୍କୁ ଆଇଏଏସ ଓ ଆଇପିଏସ ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦିଆଯାଇଥାଏ । କିନ୍ତୁ ସାଧାରଣରେ ଆପଣ ଏହି ଦୁଇ ପଦବୀ ଭିତରେ ଥିବା ସାମଞ୍ଜସ୍ୟ ଓ ଅନ୍ତର ସମ୍ପର୍କରେ ହୁଏତ ଠିକରେ ଜାଣିନଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଏକ ସବିଶେଷ ତଥ୍ୟ ଦେବାକୁ ଯାଉଛୁ ।

ias vs ips

ଦେଶର ବ୍ୟୁରୋକ୍ରାସିରେ ପଦବୀରେ ଆଇଏଏସ ପଦବୀକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଧରାଯାଇଥାଏ । ଏମିତିକି ପିଲା କ୍ୱାଲିଫାଏ କରି ଅନ୍ୟ ପଦବୀରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ପରୀକ୍ଷା ଦେଇ ଆଇଏଏସ ପଦବୀରେ ରହିବାକୁ ଚେଷ୍ଟା କରିଥାନ୍ତି । ଏହା ପଛରେ ମଧ୍ୟ ଏକ ବିଶେଷ କାରଣ ରହିଛି । କାରଣ ଆଇଏଏସ ଅଧିକାରୀ ମାନେ ଏହି ପଦବୀରେ ଅବସ୍ଥାପିତ ହେବା ପରେ ରାଜ୍ୟ ତଥା କେନ୍ଦ୍ର ସରକାରରେ ବହୁ ଉଚ୍ଚ ପଦବୀରେ ରହିଥାନ୍ତି । ଏମିତିକି ଜଣେ ଆଇଏଏସ ଅଧିକାରୀ ରାଜ୍ୟ ସରକାରରେ ମୁଖ୍ୟ ସଚିବ ଓ କେନ୍ଦ୍ର ସରକାରରେ କ୍ୟାବିନେଟ ସଚିବ ପଦ ପର୍ଯ୍ୟନ୍ତ ମଧ୍ୟ ଯାଇପାରନ୍ତି । ସେହିପରି ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପୋଲିସ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଦାୟିତ୍ୱ ମିଳିଥାଏ ।

୧.ରାଜ୍ୟ ସ୍ତରରେ ଏହି ଅଧିକାରୀ ପୋଲିସ ମହା ନିର୍ଦ୍ଦେଶକ ଓ କେନ୍ଦ୍ରୀୟ ପୋଲିସ ସେବାରେ ନିର୍ଦ୍ଦେଶକ ପଦ ପର୍ଯ୍ୟନ୍ତ ଯାଇପାରନ୍ତି । ତେବେ ଏମାନଙ୍କ ଭିତରେ ଆଉ କିଛି ପ୍ରଭେଦକୁ ଆସନ୍ତୁ ଜାଣିବା ।

.ଆଇପିଏସ ଅଧିକାରୀ ନିଜ ଡ୍ୟୁଟି ସମୟରେ ୟୁନିଫର୍ମରେ ରହିବାକୁ ବାଧ୍ୟ ହେଉଥିବା ବେଳେ ଆଇଏଏସଙ୍କ ପାଇଁ ସେପରି କୌଣସି ଧରାବନ୍ଧା ନିୟମ ନଥାଏ ।

.ଆଇଏଏସ ଅଧିକାରୀଙ୍କ ସହ ଜଣେ ପୋଲିସ ଅଧିକାରୀ ସବୁବେଳେ ବଡିଗାର୍ଡ ଭାବେ ରହିଥାନ୍ତି । ଯେତେବେଲେକି ଆଇପିଏସଙ୍କ ସହ ସମସ୍ତ ପୋଲିସ ଫୋର୍ସ ପ୍ରାୟ ସବୁ ସମୟରେ ରହିଥାନ୍ତି ।

.ଆଇପିଏସ ଅଧିକାରୀ ଜିଲ୍ଲାର ଆଇନ ବ୍ୟବସ୍ଥା ଦାୟିତ୍ୱରେ ଥିବା ବେଳେ ଜିଲ୍ଲାର କୌଣସି ଠାରେ କିଛିବି ଅପରାଧ ଘଟିଲେ ତାହା ଆଇପିଏସଙ୍କ ଦାୟିତ୍ୱ ପରିସରକୁ ଆସିଥାଏ । ଜିଲ୍ଲାର ଅପରାଧ ନିୟନ୍ତ୍ରଣ ହିଁ ତାଙ୍କର ପ୍ରଥମ କାମ ହୋଇଥାଏ ।

୫.ସେହି ସ୍ଥାନରେ ଜଣେ ଆଇଏଏସ ଅଧିକାରୀ ଲୋକ ପ୍ରଶାସନ ଦାୟିତ୍ୱରେ ରହିବା ସହ ବିଭିନ୍ନ ନୀତି ନିର୍ମାଣ ଓ ଏଗୁଡିକୁ

କାର୍ଯ୍ୟରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି ।

ias vs ips

କିନ୍ତୁ ପ୍ରଥମ ଅବସ୍ଥାରେ ଏହି ଦୁଇ ରାଙ୍କର ଅଧିକାରୀଙ୍କୁ ଏକା ସାଙ୍ଗରେ ହିଁ ଟ୍ରେନିଂ ଦିଆଯାଇଥାଏ । ମହୀଶୂର ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନାସନାଲ ଏକାଡେମୀ ଅଫ ଆଡ଼ମିନିଷ୍ଟ୍ରସନରେ ଦୁହିଁଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦିଆଯାଇଥାଏ । ଏହାକୁ ଫାଉଣ୍ଡେସନ କୋର୍ସ ଭାବେ ମଧ୍ୟ ଧରାଯାଇଥାଏ । ପରେ ଆଇପିଏସ ମାନଙ୍କୁ ହାଇଦରାବାଦ ସ୍ଥିତ ସର୍ଦ୍ଦାର ବଲଭ ଭାଇ ପଟେଲ ଏକାଡେମୀକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ ପଠାଯାଇଥାଏ । ଯେଉଁ ଠାରେ ସେମାନଙ୍କୁ ପୋଲିସ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଟ୍ରେନିଂ ବା ପ୍ରଶିକ୍ଷଣ ଦିଆଯାଇଥାଏ । ପ୍ରକୃତରେ ଦେଖିବାକୁ ଗଲେ ଆଇଏଏସ ଅଧିକାରୀଙ୍କ ଅପେକ୍ଷା ଆଇପିଏସ ଅଧିକାରୀଙ୍କ ଟ୍ରେନିଂ ଅଧିକ କଠିନ ହୋଇଥାଏ ।

ଏହା ସହ ପଢନ୍ତୁ: ଏମିତି ପ୍ରେମ ଆପଣ କଉଠି ଦେଖିନଥିବେ, ପୋଷା କୁକୁର ପାଇଁ ମହିଳା କଲେ ଆତ୍ମହତ୍ୟା

ଦରମା ଦୃଷ୍ଟିରୁ ମଧ୍ୟ ଏମାନଙ୍କ ଭିତରେ କିଛିଟା ପ୍ରଭେଦ ଅଛି । ଆଇଏଏସ ଅଧିକାରୀ ଆଇପିଏସ ଅଧିକାରୀଙ୍କ ଅପେକ୍ଷା ଅଧିକ ଦରମା ପାଇଥାନ୍ତି ।ଆଇଏଏସ ଅଧିକାରୀ ମାନଙ୍କୁ ୫୬,୧୦୦ ରୁ ୨.୫ ଲକ୍ଷ ଯାଏ ଦରମା ପାଉଥିବା ବେଳେ ଆଇପିଏସ ଅଧିକାରୀ ୫୬,୧୦୦ ରୁ ୨.୨୫ ଲକ୍ଷ ପର୍ଯ୍ୟନ୍ତ ଦରମା ପାଇଥାନ୍ତି । ଆଇଏଏସ ଅଧିକାରୀ ଜିଲ୍ଲାର ଡିଷ୍ଟ୍ରିକଟ ମାଜିଷ୍ଟ୍ରେଟ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଥାନ୍ତି । କିନ୍ତୁ ଆଇପିଏସ ଅଧିକାରୀ ଜିଲ୍ଲାର ଏସପି ପଦବୀରେ ରହି ପାରନ୍ତି । ଦୁହିଁଙ୍କ ପଦବୀ ତଥା କାର୍ଯ୍ୟରେ ସାମାନ୍ୟ ପ୍ରଭେଦ ଥିଲେ ମଧ୍ୟ ଦୁଇ ପଦାଧିକାରୀ ପରସ୍ପର ପ୍ରତି ନିର୍ଭରଶୀଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.