Below header

କନ୍ଧମାଳ ଏସପି ପ୍ରତୀକ ସିଂଙ୍କ ମହାନତା, ୭ବର୍ଷର କୁନିଝିଅକୁ ରକ୍ତଦାନ କରି ବଞ୍ଚାଇଲେ ଜୀବନ

କନ୍ଧମାଳ : ରକ୍ତଦାନ କରି ୭ବର୍ଷର କୁନିଝିଅର ଜୀବନ ରକ୍ଷା କଲେ କନ୍ଧମାଳ ଏସ୍‌ପି। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଶିକରମାହା ଗାଁର ରାଲୁ ଦିଗାଲଙ୍କ ଝିଅ ଅପିନ ସିକିଲସେଲରେ ପୀଡ଼ିତ ଥାଇ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ବ୍ଲକ ଗ୍ରୁପ ବି-ପଜିଟିଭ ବ୍ଲଡବ୍ୟାଙ୍କରେ ନଥିବା ବେଳେ ବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷ। ତେବେ ଏ ଖବର ଜାଣିବା ପରେ କନ୍ଧମାଳ ଏସପି ପ୍ରତୀକ ସିଂହ ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିଥିଲେ। ଅପିନକୁ ରକ୍ତଦାନ କରି ଜୀବନ ରକ୍ଷା କରିଥିବାରୁ ରାଲୁ ଦିଗାଲ ଏସପିଙ୍କୁ କୃତଜ୍ଞତା ଜଣାଇ ତାଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି। ଏସପିଙ୍କ ଏଭଳି ମହତ କାର୍ଯ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.