ବିଭିନ୍ନ ସମସ୍ୟା ନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ବାରିପଦା (ମୟୁରଭଞ୍ଜ) : ଶିମିଳିପାଳ ଜାତୀୟ ଉଦ୍ୟାନ ରାସ୍ତା ଅବରୋଧ। ଯଶୀପୁର ବ୍ଲକ କାଳିକାପ୍ରସାଦ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ବିଭିନ୍ନ ସମସ୍ୟା ନେଇ ବରେଇପାଣି, ଗୁଡ଼ିଗୁଡ଼ିଆ ଓ ଅସ୍ତକୁମାର ଗ୍ରାମବାସୀଙ୍କ ସହ ଜନପ୍ରତିନିଧିମାନେ ମଧ୍ୟ ଏହି ଅବରୋଧରେ ସାମିଲ ହୋଇଛନ୍ତି। ଫଳରେ ଜାତୀୟ ଉଦ୍ୟାନକୁ ଯାଉଥିବା ପର‌୍ୟ୍ୟଟକମାନେ ଅଧା ବାଟରେ ଅଟକି ରହିଛନ୍ତି। ଶିମିଳିପାଳ ଯିବା ପାଇଁ ୭୦କିମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଏହାର ମରାମତି ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.