Below header

କୋଲକତା ହାଇକୋର୍ଟଙ୍କ ରାୟ, ଅପରିଚିତ ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ ମହଙ୍ଗା ପଡ଼ିବ

ଡାର୍ଲିଂ କହିଲେ ଦଣ୍ଡ । ଅପରିଚିତ ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ ମହଙ୍ଗା ପଡ଼ିବ । ଅପରାଧିକ ଓ ଯୌନ ଶୋଷଣ ରୂପେ ବିବେଚିତ ହେବ ଟିପ୍ପଣୀ । ଆଇପିସିର ଧାରା ୩୫୪ ଏ (ଆଇ)ରେ ଦଣ୍ଡବିଧାନ କଲିକତା ହାଇକୋର୍ଟଙ୍କ ରାୟ । ଜଷ୍ଟିସ ଜୟ ସେନଗୁପ୍ତାଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠଙ୍କ ରାୟ ।

ମହଙ୍ଗା ପଡ଼ିବ ଅପରିଚିତା ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ । ଅପରିଚିତ ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ ଏକ ଅପରାଧିକ ଓ ଯୌନ ଶୋଷଣ ରୂପେ ବିବେଚିତ ଟିପ୍ପଣୀ । ଏଭଳି ସମ୍ବୋଧନ କ୍ଷେତ୍ରରେ ଆଇପିସିର ଧାରା ୩୫୪ ଏ (ଆଇ)ରେ ଦଣ୍ଡବିଧାନ ହେବ ବୋଲି କହିଛନ୍ତି କଲିକତା ହାଇକୋର୍ଟ । କଲିକତା ହାଇକୋର୍ଟଙ୍କ ପୋର୍ଟ ବ୍ଲେୟାର ବେଞ୍ଚର ଜଷ୍ଟିସ ଜୟ ସେନଗୁପ୍ତାଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏଭଳି ଏକ ମାମଲାର ଶୁଣାଣି କରିଛନ୍ତି। ଜନକ ରାମ ନାମକ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଜଣି ମହିଳା ପୋଲିସ ଅଧିକାରୀଙ୍କୁ କ୍ୟା ଡାର୍ଲିଂ, ଚାଲାନ କାଟନେ ଆୟି ହୈ କ୍ୟା ବୋଲି ପ୍ରଶ୍ନ କରିଥିଲେ ।

କୌଣସି ମହିଳାଙ୍କ ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଇବା ନେଇ ଆଇପିସିର ଧାରା ୩୪୫ ଏ (ଆଇ)ରେ ଦଣ୍ଡବିଧାନ ରହିଥିଲା । ଏହି ଯୌନ ଶୋଷଣ ଭାବେ ଅଭଦ୍ର ଟିପ୍ପଣୀ ଦେବା କ୍ଷେତ୍ରରେ ଆଇନର ଏହି ଧାରା ଲାଗୁ ହେବ ବୋଲି କୁହାଯାଇଛି । ରାସ୍ତାରେ କୌଣସି ମହିଳା ସେ ପୋଲିସ କନଷ୍ଟେବଲ ହୁଅନ୍ତୁ ବା ନହୁଅନ୍ତୁ ତାଙ୍କୁ ଜଣେ ବ୍ୟକ୍ତି ନିଶାଗ୍ରସ୍ତ ଅବସ୍ଥାରେ ଥାନ୍ତୁ ବା ନଥାନ୍ତୁ ଡାର୍ଲିଂ ସମ୍ବୋଧନ କରିବା ଏକ ଅପମାନଜନକ ଓ ଏହାର ବ୍ୟବହାର ମୂଳତଃ ଏକ ଯୌନ ଟିପ୍ପଣୀ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତ ଜଣକ ନିଶାଗ୍ରସ୍ତ ଥିବା ନେଇ କୌଣସି ପ୍ରମାଣ ନଥିବା ଦାବି କରିଥିଲା ବୋଲି କୋର୍ଟ କହିଛନ୍ତି । ତେବେ ଏଭଳି ବ୍ୟବହାର ସାମାନ୍ୟ ସ୍ଥିତିରେ କରିଥିଲେ ଏହି ଅପରାଧର ଗମ୍ଭୀରତା ଆହୁରି ଅଧିକ ହୋଇଥାନ୍ତା ବୋଲି ହାଇକୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.