ସ୍କିନ୍‌ ସମସ୍ୟା ଯୋଗୁ ଚିନ୍ତିତ କି ? ଆଜି ହିଁ ବ୍ୟବହାର କରନ୍ତୁ ହଳଦୀ ଏବଂ ଚନ୍ଦନର ଫେସ୍ ମାସ୍କ ମିଳିବ ଅନେକ ଲାଭ

ହଳଦୀ ଏବଂ ଚନ୍ଦନ ଆମ ସ୍କିନ୍‌ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ଦ୍ୱାରା ମୁହଁର ଅନେକ ସମସ୍ୟା ଦୂର ହୋଇଥାଏ । ଏହା ସହ ଚେହେରାକୁ ଚମକାଇବା ଏବଂ ରଙ୍ଗକୁ ସଫା କରିବା ପାଇଁ ହଳଦୀ ଏବଂ ଚନ୍ଦନ ସାହାଯ୍ୟ କରିଥାଏ ।

ଆପଣମାନେ ପୂର୍ବ କାଳରେ ହଳଦୀ ଓ ଚନ୍ଦନର ଉପକାରିତା ବିଷୟରେ ଶୁଣିଥିବେ । ତେବେ ହଳଦୀ ଏବଂ ଚନ୍ଦନ ଆମ ସ୍କିନ୍‌ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ଦ୍ୱାରା ମୁହଁର ଅନେକ ସମସ୍ୟା ଦୂର ହୋଇଥାଏ । ଏହା ସହ ଚେହେରାକୁ ଚମକାଇବା ଏବଂ ରଙ୍ଗକୁ ସଫା କରିବା ପାଇଁ ହଳଦୀ ଏବଂ ଚନ୍ଦନ ସାହାଯ୍ୟ କରିଥାଏ । ତେବେ ଯଦି ଆଖି ତଳେ କଳା ସର୍କଲ ହୋଇଥାଏ ତାହେଲେ ଏହା ତାକୁ କମ କରିବା ସହ ସ୍କିନ୍‌ରେ ଦେଖାଯାଉଥିବା ସମସ୍ତ ସମସ୍ୟାରୁ ମୁକ୍ତି ଦେବାରେ ହଳଦୀ ଏବଂ ଚନ୍ଦନ ବହୁତ ସାହାଯ୍ୟ କରିଥାଏ । ଏହା ସହ ହଳଦୀ ଏବଂ ଚନ୍ଦନରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ସ୍କିନ୍‌କୁ ଭଲ ରଖିବାରେ ସାହାଯ୍ୟ କରିଥାଏ ।

ଜାଣନ୍ତୁ ହଳଦୀ ଏବଂ ଚନ୍ଦନର ଫେସ୍ ମାସ୍କ ଲଗାଇବାର ଲାଭ :
ଯଦି ଆପଣ ନିଜ ସ୍କିନ୍‌କୁ ଚମକାଇବାକୁ ଚାହୁଁଛନ୍ତି ତେବେ ହଳଦୀ ଏବଂ ଚନ୍ଦନର ତିଆରି ଏକ ଫେସ୍ ପ୍ୟାକ୍ ବ୍ୟବହାର କରନ୍ତୁ । ଏହାକୁ ଲଗାଇବା ଦ୍ୱାରା ରଙ୍ଗ ସଫା ହୋଇଯାଏ । ତେବେ ହଳଦୀ ଏବଂ ଚନ୍ଦନ କାଠ ମଧ୍ୟ ଫ୍ରାକ୍ଲେସରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ । ଯେଉଁମାନେ ହଳଦୀ ଏବଂ ଚନ୍ଦନ କାଠରେ ନିର୍ମିତ ଫେସ୍ ପ୍ୟାକ୍ ବ୍ୟବହାର କରନ୍ତି, ସେମାନଙ୍କର ପିମ୍ପଲ୍ ସମସ୍ୟା ଦୂର ହେବାରେ ଲାଗେ । ହଳଦୀ ଏବଂ ଚନ୍ଦନ ଲଗାଇବା ଦ୍ୱାରା ସ୍କିନ୍‌ର ସମସ୍ତ ସମସ୍ୟା ଦୂର ହେବା ସହ ମୁହଁରେ ଚମକ୍‌ ଆସିଯାଇଥାଏ ।

ହଳଦୀ ଏବଂ ଚନ୍ଦନର ଫେସ୍‌ ମାସ୍କ କିପରି ତିଆରି କରିବେ ?
ଏଥିପାଇଁ ୨ ଚାମଚ ଚନ୍ଦନ ପାଉଡର ଏବଂ ୧ ଚାମଚ ହଳଦୀ ପାଉଡରକୁ ଭଲ ଭାବେ ମିଶାନ୍ତୁ । ଏହା ପରେ ସେଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ଫେସ୍ ପ୍ୟାକ୍‌କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ ଏବଂ ତାପରେ ନର୍‌ମାଲ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି ପ୍ରତିଦିନ କରନ୍ତୁ ଦେଖିବେ ଆପଣଙ୍କ ସ୍କିନ୍‌ର ସମସ୍ତ ସମସ୍ୟା କିପରି ଦୂର ହୋଇଯିବ । ସେଥିପାଇଁ ଆପଣ ଏହି ପେଷ୍ଟ ପ୍ରତିଦିନ ଲଗାନ୍ତୁ, ଦେଖିବେ ଅନେକ ଫାଇଦା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.