ମା’ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ଚବିଶି ପ୍ରହରୀ ନାମଯଜ୍ଞ ସହ ଦଧି ହାଣ୍ଡି ଭଞ୍ଜନ କାର୍ଯ୍ୟକ୍ରମ

ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀ । ଦୀର୍ଘ ଦିନ ଧରି ଏହି ମନ୍ଦିର ନିର୍ମାଣ ସରିଥିବା ବେଳେ ବହୁ ଦିନରୁ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇନଥିଲା । ଯାହା ଆଜି ହୋଇଛି । ମା’ ବରାଳଦେବୀଙ୍କ ମନ୍ଦିରରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ସହ ସମାପନ ହୋଇଛି l

ବାଲିଗୁଡା(କେନ୍ୟୁଜ୍‌): ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀ । ଦୀର୍ଘ ଦିନ ଧରି ଏହି ମନ୍ଦିର ନିର୍ମାଣ ସରିଥିବା ବେଳେ ବହୁ ଦିନରୁ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇନଥିଲା । ଯାହା ଆଜି ହୋଇଛି । ମା’ ବରାଳଦେବୀଙ୍କ ମନ୍ଦିରରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ସହ ସମାପନ ହୋଇଛି l କନ୍ଧମାଳ ସାଂସଦଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ସମାପନ ହୋଇଛି ।

ମା ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା, ଚବିଶି ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ମା ଙ୍କ ସକାଳ ନୀତି, ସୂର୍ଯ୍ୟ ପୂଜା ଓ ସାଲା ପ୍ରବେଶ ପୂଜା ପରେ ଦୀର୍ଘ ୭୨ ଘଣ୍ଟା ଧରି ଚାଲିଥିବା ଚବିଶି ପ୍ରହରୀ ନାମଯଜ୍ଞ କାର୍ଯ୍ୟକ୍ରମ ସମାପନ ହୋଇଥିଲା l ନାମ ଯଜ୍ଞ ସମାପନ ଅବସରରେ ଦଧି ହାଣ୍ଡି ନେଇ ହଜାର ହଜାର ଶ୍ରଦ୍ଧାଳୁ ବାଲିଗୁଡା ନଗର ପରିକ୍ରମା କରି ନାମ ଯଜ୍ଞ ମଣ୍ଡପରେ ପହଞ୍ଚି ଦଧି ହାଣ୍ଡି ଭଞ୍ଜନ କରିଥିଲେ l ଶେଷରେ ନୂତନ ବିଗ୍ରହଙ୍କ ଜୀବନ୍ୟାସ, ମନ୍ଦିର ପ୍ରତିଷ୍ଠା, ଧ୍ବଜା ଆରୋହଣ, ତ୍ରିଶୂଳ ଲାଗି କାର୍ଯ୍ୟ ସମାପନ ପରେ ନୂତନ ବିଗ୍ରହଙ୍କୁ ମନ୍ଦିରରେ ପ୍ରବେଶ କରାଯାଇ ସିଂହାସନରେ ସ୍ଥାପନ କରାଯାଇଛି l ଏହି ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହରଙ୍କ ସମେତ ହଜାର ଭକ୍ତଙ୍କ ସମାଗମ ହୋଇଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.