ଜାନଭୀ କପୁର ପପ୍ ସିଙ୍ଗର ରିହାନାଙ୍କ ସହ ‘ଝିଙ୍ଗଟ୍‌’ ସଙ୍ଗ୍‌ରେ କଲେ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ । ସେମାନଙ୍କର ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଜାମନଗରରେ ଚାଲିଛି ଯାହା ଆସନ୍ତାକାଲି ଅର୍ଥାତ୍ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ତେବେ ମାର୍ଚ୍ଚ ୧ ତାରିଖ ରାତିରେ ଏକ କକଟେଲ ପାର୍ଟି ହୋଇଥିଲା ଯେଉଁଥିରେ ସମସ୍ତ ଷ୍ଟାର ସାମିଲ ହୋଇଥିଲେ ।

ବର୍ତ୍ତମାନ ଅନେକ ବଡ ବଡ ସେଲିବ୍ରିଟି ଜାମନଗରରେ ଅଛନ୍ତି । ତେବେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ମ୍ୟାରେଜ୍‌ ହେବାକୁ ଯାଉଛି । ତେବେ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ । ସେମାନଙ୍କର ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଜାମନଗରରେ ଚାଲିଛି ଯାହା ଆସନ୍ତାକାଲି ଅର୍ଥାତ୍ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ତେବେ ମାର୍ଚ୍ଚ ୧ ତାରିଖ ରାତିରେ ଏକ କକଟେଲ ପାର୍ଟି ହୋଇଥିଲା ଯେଉଁଥିରେ ସମସ୍ତ ଷ୍ଟାର ସାମିଲ ହୋଇଥିଲେ । ଏହା ସହ ପପ୍ ସିଙ୍ଗର ରିହାନା ମଧ୍ୟ ସେହି ପାର୍ଟି ଉପସ୍ଥିତ ଥିଲେ, ତେବେ ତାଙ୍କ ଗୀତରେ ସମସ୍ତେ ପାର୍ଟିକୁ ଏଞ୍ଜଏ କରିଥିଲେ ।

କକଟେଲ ପାର୍ରିରେ ରିହାନାଙ୍କ ସହ ଜାନଭୀ କପୁରଙ୍କର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି । ଏହି ଭାଇରାଲ୍ ଭିଡିଓରେ ଜାନଭୀ ରିହାନାଙ୍କ ସହ ତାଙ୍କ ଫିଲ୍ମ ଧଡକରୁ ସୁପରହିଟ୍ ଗୀତ ‘ଝିଙ୍ଗଟ୍‌’ରେ ଡ୍ୟାନ୍ସ କରିଥିଲେ । ଦୁଇ ଜଣଙ୍କ ମଧ୍ୟରେ ଗୋଟିଏ ଭଲ ବନ୍ଧୁତା ଦେଖିବାକୁ ମିଳିଥିଲା । ଏହା ସହ ଉଭୟଙ୍କୁ ବହୁତ ମଜା ସହିତ ନାଚୁଥିବା ଦେଖିବାକୁ ମିଳିଥିଲା । ତେବେ ଜାନଭୀ କପୁର ତାଙ୍କ ଇନଷ୍ଟାଗ୍ରାମରେ ଏହି ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଉଭୟଙ୍କୁ ବହୁତ ଏଞ୍ଜଏ କରୁଥିବାର ଦେଖିବାକୁ ମିଳିଥିଲା ।

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଉଭୟ ରିହାନା ଏବଂ ଜାନଭୀ ‘ଝିଙ୍ଗାଟ’ ଗୀତରେ ଡ୍ୟାନ୍ସ କରୁଛନ୍ତି । ଏହି ସମୟରେ ଉଭୟଙ୍କୁ ବହୁତ ଏଞ୍ଜଏକରୁଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ରିହାନା ବହୁତ ସୁନ୍ଦର ଗୀତ ଗାଇଥିଲେ, ଯାହା ଫଳରେ ସେଠାକୁ ଆସିଥିବା ସମସ୍ତ ଅତିଥି ବହୁତ ଏନର୍ଜ କରିଥିଲେ । ଏହା ପରେ ରିହାନା ସମସ୍ତ ଷ୍ଟାରଙ୍କୁ ଭେଟି ଡ୍ୟାନ୍ସ ଫ୍ଲୋରରେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ ।

ରିହାନାଙ୍କ ବ୍ୟତୀତ ମାର୍କ ଜୁକରବର୍ଗଙ୍କ ସମେତ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟି, ବିଲ୍ ଗେଟ୍ସ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଯୋଗ ଦେଇଥିଲେ । ଏଥି ସହିତ ବଲିଉଡର ପ୍ରାୟ ସମସ୍ତ ବଡ ତାରକା ଅନନ୍ତ ପରିବାରର ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଯୋଗ ଦେଇଛନ୍ତି । ଯେପରି କି ଶାହାରୁଖ ଖାନ, ବରୁଣ ଧାୱନ, ସିଦ୍ଧାର୍ଥ ମଲହୋତ୍ରା ସୈଫ ଅଲି ଖାନ, ସଲମାନ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନ, କ୍ୟାଟ୍ରିନା କୈଫଙ୍କ ସମେତ ପ୍ରାୟ ସମସ୍ତ ବଲିଉଡ ସେଲିବ୍ରେଟ ଜାମନଗରରେ ଯୋଗ ଦେଇଛନ୍ତି ।

 

View this post on Instagram

 

A post shared by Janhvi Kapoor (@janhvikapoor)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.