ନିଆରା ବିଭାଘର, ଡିଜେ ପରିବର୍ତ୍ତେ ହରେ କୃଷ୍ଣ ହରେ ରାମରେ ନାଚିଲେ ବରଯାତ୍ରୀ

ବାହାଘର ହେଉ କି ବ୍ରତଘର ଆଜିକାଲି ଡିଜେ ବାଜିବାଟା ଥୟ । ଆଉ ଡିଜେ ନବାଜିଲେ ଯେମିତି ସବୁ କାମ ଅସମ୍ପୂର୍ଣ୍ଣ । କିନ୍ତୁ ଏହି ମଡର୍ଣ୍ଣ ଯୁଗରେ ନିଆରା ବାହାଘର ହେଉଥିବାର ଦେଖିବାକୁ ମିଳିଛି । ଚିକମିକ ଆଲୋକ ଓ ହାଇମଡେଲ ଡିଜେର ତାଳେ ତାଳେ ବରଯାତ୍ରୀ ନାଚି ନାଚି ଯାଉଥିବା ଯୁଗରେ ଏବେ ବରଯାତ୍ରୀ ଦଳ ହରେ କୃଷ୍ଣ ହରେ ରାମ ଗାଇ ଗାଇ ନାଚି ନାଚି ଯାଉଛନ୍ତି । ଏହି ନିଆରା ବାହାଘର ବାଙ୍କୀରେ ଦେଖିବାକୁ ମିଳିଛି ।

ବାହାଘର ହେଉ କି ବ୍ରତଘର ଆଜିକାଲି ଡିଜେ ବାଜିବାଟା ଥୟ । ଆଉ ଡିଜେ ନବାଜିଲେ ଯେମିତି ସବୁ କାମ ଅସମ୍ପୂର୍ଣ୍ଣ । କିନ୍ତୁ ଏହି ମଡର୍ଣ୍ଣ ଯୁଗରେ ନିଆରା ବାହାଘର ହେଉଥିବାର ଦେଖିବାକୁ ମିଳିଛି । ଚିକମିକ ଆଲୋକ ଓ ହାଇମଡେଲ ଡିଜେର ତାଳେ ତାଳେ ବରଯାତ୍ରୀ ନାଚି ନାଚି ଯାଉଥିବା ଯୁଗରେ ଏବେ ବରଯାତ୍ରୀ ଦଳ ହରେ କୃଷ୍ଣ ହରେ ରାମ ଗାଇ ଗାଇ ନାଚି ନାଚି ଯାଉଛନ୍ତି। ଏହି ନିଆରା ବାହାଘର ବାଙ୍କୀରେ ଦେଖିବାକୁ ମିଳିଛି।

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ ଜମରା ଗ୍ରାମ ପଞ୍ଚାୟତର ବିଷମପଡ଼ା ଗ୍ରାମର ଜଳଧର ସେଠୀ ଓରଫ ଚୈତନ୍ୟ ବାଙ୍କୀ ସୁନାଦେଇ ପୁର ଗ୍ରାମର ଲକ୍ଷ୍ମଣ ଦଳେଇଙ୍କ କନ୍ୟା ସହିତ ବିିବାହ ସ୍ଥିର ହୋଇଥିଲା । ଆଉ ଆଜି ବୈଦିକ ରୀତିରେ ବିବାହ କରିବା ପାଇଁ ବର ସୁସଜ୍ଜିତ ଗାଡିରେ ବସି ବାଙ୍କୀ ବଜାର ଦେଇ ବିବାହ ସ୍ଥାନ ଜଳେଶ୍ଵର ଠାକୁରଙ୍କ ମନ୍ଦିର ନିକଟରେ ପହଞ୍ଚିଛି। ବରଯାତ୍ରୀରେ ବହୁ ମହିଳା ଓ ପୁରୁଷ ମାନେ ମୁଣ୍ଡରେ ହରିଙ୍କ ଚିତା କାଟି ବେକରେ ତୁଳସୀ ମାଳ ପକାଇ ହରେ କୃଷ୍ଣ ହରେ ରାମ ଗାଇ ନାଚିନାଚି ମନ୍ଦିର ନିକଟରେ ପହଞ୍ଚିଛନ୍ତି। କିନ୍ତୁ ସମସ୍ତେ ମଜି ଯାଇଥିଲେ ଯେ ସେ ଠାକୁରଙ୍କ ନିକଟରେ ସମର୍ପିତ ହୋଇଯାଇଛନ୍ତି। ଯାହାଦ୍ୱାରା ସେହି ସ୍ଥାନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ନିଆରା ବିବାହ ଉତ୍ସବ ଦେଖିବାକୁ ଲୋକଙ୍କ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଲୋକେ ମାନେ ମଧ୍ୟ ଏହି ବରଯାତ୍ରୀ ଦଳଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ ।

ସମ୍ବଲପୁରୀ, ଆଧୁନିକ ଗୀତରେ ମଦ ପିଇ ଡିଯେ ଗୀତର ତାଳେ ତାଳେ ନାଚିବା ପରିବର୍ତ୍ତେ ସନାତନୀ ଧର୍ମର ଲୋକ ହିସାବରେ ଏହି ଆଧୁନିକ ଯୁଗରେ ଲୋକ ମାନଙ୍କୁ ଆଦର୍ଶ ବିବାହ ଦେଖାଇବା ପାଇଁ ଏ ହେଉଛି ପ୍ରୟାସ ବୋଲି ବର ଜଳଧର ସେଠୀ ପ୍ରକାଶ କରିଛନ୍ତି।