Below header

କଳା ଓ କ୍ରୀଡା ପ୍ରଶିକ୍ଷକଙ୍କୁ ଏଣିକି ମିଳିବ ଦଶ ହଜାର ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି । ସେମାନଙ୍କୁ ଏଣିକି ଦଶ ହଜାର ଟଙ୍କା ମିଳିବ । ପୂର୍ବରୁ ୭ ହଜାର ଟଙ୍କା ମିଳୁଥିଲା । ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସ ପାଇଁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଆବଶ୍ୟକ ସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ। 5-T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.