ପାରିବାରିକ କଳହର କରୁଣ ପରିଣତି, ଭାଇ ଭଉଣୀ ଶେଷ କରିଦେଲେ ଜୀବନ
ପାରିବାରିକ କଳହର କରୁଣ ପରିଣତି । ଗୋଟିଏ ପରିବାରର ଭାଇ ଭଉଣୀ ଶେଷ କରିଦେଲେ ଜୀବନ । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ପ୍ରଥମେ ଜୀବନ ହାରିଥିଲେ ।
![bhadrak](https://knewsodisha.com/wp-content/uploads/2024/03/bhadrak.jpg)
ଭଦ୍ରକ : ପାରିବାରିକ କଳହର କରୁଣ ପରିଣତି । ଗୋଟିଏ ପରିବାରର ଭାଇ ଭଉଣୀ ଶେଷ କରିଦେଲେ ଜୀବନ । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ପ୍ରଥମେ ଜୀବନ ହାରିଥିଲେ । ପରେ ତାଙ୍କ ବଡ଼ ଭାଇଙ୍କ ଝିଅ ରଶି ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି । କାରଣ କ’ଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ଘରୋଇ କଳିକୁ ନେଇ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଜୀବନ ହାରିଥିବା ଯୁବକ ହେଲେ ସନାତନ ବେହେରା । ସେହିପରି ଜୀବନ ହାରିଥିବା ଯବୁତୀ ନିରୁପମା ବେହେରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ କରୁଛି ।