ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, ମେଡ଼ିସିନ ଓ ଆସବାବପତ୍ର ନଷ୍ଟ

ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ | ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ଗୃହରେ ଘଟିଛି ଅଗ୍ନିକାଣ୍ଡ | ତେବେ ବିଦ୍ୟୁତ୍ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି |

କେନ୍ଦ୍ରାପଡା : ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ | ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ଗୃହରେ ଘଟିଛି ଅଗ୍ନିକାଣ୍ଡ | ଆଜି ଅପରାହ୍ନରେ ଇନ୍ଦୁପୁର ମେଡିକାଲର ପୁରୁଣା ଗୃହରୁ ଧୂଆଁ ବାହାରିବା ପରେ କର୍ମଚାରୀମାନେ ଅଗ୍ନିଶମ ବାହିନକୁ ଖବର ଦେଇଥିଲେ | ରୁମ୍ ଭିତରେ ମେଡ଼ିସିନ, ସାନି ଟାଇଜର ଥିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା | ତେବେ ବିଦ୍ୟୁତ୍ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଉପକରଣ, ମେଡ଼ିସିନ ଓ ଆସବାବପତ୍ର ନଷ୍ଟ ହୋଇଥିବା ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.