ଜାଣନ୍ତୁ କେଉଁ ଲୋକମାନେ କଖାରୁ ଖାଇବା ଉଚିତ୍ ନୁହେଁ

କଖାରୁରେ ଭିଟାମିନ୍ A ଭରପୂର ମାତ୍ରାରେ ଥାଏ । ଏହା ହେଲଦି ସ୍କିନ୍‌, ହାଡ ଓ ଦାନ୍ତକୁ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ଏଥିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯାହା ଅନେକ ରୋଗରୁ ରକ୍ଷାକରିଥାଏ । କିନ୍ତୁ ସବୁ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କଖାରୁ ଖାଇବା ଠିକ୍‌ ହୋଇନଥାଏ ।

କଖାରୁରେ ଭିଟାମିନ୍ A ଭରପୂର ମାତ୍ରାରେ ଥାଏ । ଏହା ହେଲଦି ସ୍କିନ୍‌, ହାଡ ଓ ଦାନ୍ତକୁ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ଏଥିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯାହା ଅନେକ ରୋଗରୁ ରକ୍ଷାକରିଥାଏ । ଏହା ପେଟର ମେଟାବୋଲିକ୍ ହାରକୁ ବଢାଇଇଥାଏ ଏବଂ ହଜମ ପ୍ରକ୍ରିୟାକୁ ଭଲ କରିଥାଏ । କଖାରୁରେ ଆଣ୍ଟିଅକ୍ସିଡାଣ୍ଟ ଅଛି ଯେପରିକି ଆଲଫା-କ୍ୟାରେଟିନ୍, ବିଟା-କ୍ୟାରେଟିନ୍ ଏବଂ ବିଟା-କ୍ରିପ୍ଟୋକ୍ସାଣ୍ଟିନ୍ ରହିଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟଗୁଡିକ ଆପଣଙ୍କ କୋଷଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । କିନ୍ତୁ ସବୁ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କଖାରୁ ଖାଇବା ଠିକ୍‌ ହୋଇନଥାଏ । ତାହେଲେ ଆସନ୍ତୁ ଜାଣିବା, ଯେଉଁ ଲୋକମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ପେଟ ସମସ୍ୟା ଥିବା ଲୋକମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ :
କଖାରୁ ଖାଇବା ଦ୍ୱାରା ପାକସ୍ଥଳୀରେ ଇନ୍‌ଫେକ୍ସନ୍‌ ହୋଇପାରେ । ଏହି କାରଣରୁ ଆପଣଙ୍କୁ ଫୁଡ୍‌ ଆଲର୍ଜି ହୋଇପାରେ । ଏହା ବ୍ୟତୀତ କଖାରୁ ଖାଇବା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ, ଯାହାକି ପେଟ ସମସ୍ୟାକୁ ଆହୁରି ବଢାଇପାରେ ।

ଫୁଡ୍‌ ପଏଜନିଂ :
କିଛି ଲୋକଙ୍କୁ କଖାରୁ ଖାଇବା ଦ୍ୱାରା ଫୁଡ୍‌ ପଏଜନିଗିଂ ଏବଂ ଅନ୍ୟାନ୍ୟ ରୋଗ ଇନ୍‌ଫେକ୍ସନ୍‌ ହୋଇପାରେ, ଯାହା ବିଭିନ୍ନ ରୋଗ ସୃଷ୍ଟି କରିପାରେ । ଯାହା ଫଳରେ ଏହା ଫୁଡ୍‌ ପଏଜନିଗିଂ କରାଇପାରେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେବେ ଏହାକୁ ଖାଇବା ପରେ ବାନ୍ତି ଏବଂ ଅନ୍ୟାନ୍ୟ ପ୍ରକାରର ସମସ୍ୟା ଦେଖାଦେଇପାରେ ଏବଂ ଏହା ଶରୀରକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ ।

ଗର୍ଭବତୀ ମହିଳାମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ :
ଗର୍ଭବତୀ ମହିଳାମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ସହ କୌଣସି ଖାଦ୍ୟ ପଦାର୍ଥ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ନଚେତ ଆଗକୁ ଯାଇ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହା ବ୍ୟତୀତ କଖାରୁରେ ଥିବା ପୋଷକ ତତ୍ତ୍ୱ ଶରୀରରୁ ଶୀଘ୍ର ଜଳ କମ୍‌ କରିଥାଏ, ଅର୍ଥାତ୍ ଏହା ଆପଣଙ୍କୁ ଡିହାଇଡ୍ରେଟ୍ କରିପାରେ । ତେଣୁ ଯେଉଁ ଲୋକମାନେ ପ୍ରତିଦିନ କିଛି ନା କିଛି ଔଷଧ ଖାଉଛନ୍ତି, ସେମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ବ୍ଲଡ ପ୍ରେସର ସମସ୍ୟା ଥିଲେ କଖାରୁ ଖାଇବା ଠାରୁ ଦୂରେଇ ରୁହନ୍ତୁ :
କଖାରୁ ମଞ୍ଜିରେ ବିଟା କ୍ୟାରେଟିନ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ ଯାହା ବ୍ଲଡ ସୁଗାର ଲେବଲକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯଦି ଆପଣଙ୍କର ହାଇ ବ୍ଲଡ ପ୍ରେସର ସମସ୍ୟା ଅଛି, ତାହେଲେ ଆପଣ ଖାଦ୍ୟରେ କଖାରୁ ଅନ୍ତର୍ଭୁକ୍ତ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ତେବେ ଏହି ସବୁ ପରିସ୍ଥିତିରେ କଖାରୁ ଖାଇବା ଠାରୁ ଦୂରେଇ ରୁହନ୍ତୁ । ନଚେତ ଆଗକୁ ଯାଇ ଆପଣ ବହୁତ ବଡ ସମସ୍ୟାର ସାମ୍ନା କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.