ସାଉଥ ଆଫ୍ରିକାରୁ ଧରାପଡିଲା ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ମହମ୍ମଦ ଗେସ୍ ନିୟାଜି, ଆରଏସଏସ ନେତାଙ୍କୁ କରିଥିଲେ ହତ୍ୟା

NIA ର ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ମହମ୍ମଦ ଗେସ୍ ନିୟାଜି । NIA ମହମ୍ମଦ ଗେସଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇ ଭାରତକୁ ଅଣାଯାଉଛି । ବର୍ତ୍ତମାନ ମହମ୍ମଦ ଗେସ୍ ନିଆଜିଙ୍କୁ ମୁମ୍ବାଇ ନିଆଯାଇଛି ।

ସାଉଥ ଆଫ୍ରିକାରୁ ଧରାପଡିଲା NIA ର ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ମହମ୍ମଦ ଗେସ୍ ନିୟାଜି । NIA ମହମ୍ମଦ ଗେସଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଉଗ୍ରବାଦୀ ଇସଲାମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ମହମ୍ମଦ ଗେସ୍ ନିଆଜି ଏକ ପ୍ରମୁଖ ଚେହେରା ।

୨୦୧୬ରେ ବେଙ୍ଗାଲୁରୁରେ ଆରଏସଏସ ନେତା ରୁଦ୍ରେଶଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁଜରାଟ ଏଟିଏସ୍ ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ନିୟାଜିକୁ ଟ୍ରାକ୍ କରିଥିଲା । ପରେ କେନ୍ଦ୍ରୀୟ ଏଜେନ୍ସିକୁ ସୂଚନା ଦେଇ ନିଆଜିକୁ ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇ ଭାରତକୁ ଅଣାଯାଉଛି । ବର୍ତ୍ତମାନ ମହମ୍ମଦ ଗେସ୍ ନିଆଜିଙ୍କୁ ମୁମ୍ବାଇ ନିଆଯାଇଛି ।

ବେଙ୍ଗାଲୁରୁରେ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରୁଦ୍ରେଶ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ରୁଦ୍ରେଶଙ୍କର ମୃତ୍ୟୁ ହୋଇଥିଲା । ନିଆଜି ବିଦେଶରେ ମଧ୍ୟ ଲଗାତର ନିଜ ଠିକଣା ବଦଳାଉଥିଲା । ତେଣୁ ତାକୁ ଖୋଜିବା ଧରିବାକୁ ୬ ବର୍ଷ ସମୟ ପୋଲିସକୁ ଲାଗିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.