ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି, ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ସୁରକ୍ଷାବାହିନୀ

ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି । ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ତାରିଖ । ଆରମ୍ଭ ହେଲାଣି ସଜବାଜ । ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ସୁରକ୍ଷାବାହିନୀ।

ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି । ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ତାରିଖ । ଆରମ୍ଭ ହେଲାଣି ସଜବାଜ । ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ସୁରକ୍ଷାବାହିନୀ। ପ୍ରଥମ ପର୍ଯ୍ୟାୟରେ ରାତିରେ ପହଞ୍ଚିବେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ। ଏମାନଙ୍କ ଭିତରେ ରହିଛନ୍ତି CRPF, BSF ଓ CISF । ଆସନ୍ତା ୭ ତାରିଖରେ ଆଉ ୫ କମ୍ପାନୀ ଫୋର୍ସ ଆସିବେ ଓଡ଼ିଶା ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ନିର୍ବାଚନ କମିଶନଙ୍କ ସହ ଆଲୋଚନା ପରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ସୁରକ୍ଷା ବାହିନୀ । ମୋଟ ୭୫ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ଆସିବେ । ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ କଡ଼ା ପଦକ୍ଷେପ ନିଆଯାଉଛି । ରାଜ୍ୟ ସୀମାରେ ରହିଛି ୧୧୮ଟି ଚେକ୍ ପୋଷ୍ଟ । ଚୋରା ମଦ, ମାଦକ ଦ୍ରବ୍ୟ, ଅସ୍ତ୍ରଶସ୍ତ୍ର କାରବାର, ଟଙ୍କା ଚାଲାଣ ଉପରେ କଡା ନଜର ରହିବ। ଆଇନ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ADG ସଞ୍ଜୟ କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.