ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ମହିଳାଙ୍କୁ ପିଟି ପିଟି ଜୀବନ ନେଇଗଲେ

ଘର ଭିତରୁ କ୍ଷତବିକ୍ଷତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାମ ଚମରିନ ଭତ୍ରା । ମୃତ ମହିଳାଙ୍କ ପୁଅ ଖେମା ଭତ୍ରା ତାଙ୍କ ମାଆଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରି ସାତ ଜଣଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେଇଛନ୍ତି।

ଅନ୍ଧ ବିଶ୍ୱାସ ମଣିଷକୁ କରୁଛି ଅନ୍ଧ । ଦିନକୁ ଦିନ ଏହି ଅନ୍ଧବିଶ୍ୱାସରେ ଅନେକ କାଣ୍ଡ ଘଟିବାରେ ଲାଗିଛି । ଆଉ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଅନେକ କିଛି କାଣ୍ଡ କରି ବସୁଛନ୍ତି । କେତେବେଳେ କାହାର ଜୀବନ ନେଉଛନ୍ତି ତ ପୁଣି କେତେବେଳେ ସେହି ଲୋକକୁ ଲଣ୍ଡା କରି ଗଛରେ ବାନ୍ଧି ପିଟୁଛନ୍ତି ଏମିତି ଅନେକ କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ନିକଟରେ ଏଭଳି ଏକ ସମାନ ଘଟଣା ସାମ୍ନାକୁ ଆସିିଛି । ଏହି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ତେବେ ଏଭଳି ଘଟଣା ନବରଂଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ସାନବାସିନି ଗ୍ରାମରେ ଦେଖିବାକୁ ମିଳିଛି ।

ଘର ଭିତରୁ କ୍ଷତବିକ୍ଷତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାମ ଚମରିନ ଭତ୍ରା । ମୃତ ମହିଳାଙ୍କ ପୁଅ ଖେମା ଭତ୍ରା ତାଙ୍କ ମାଆଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରି ସାତ ଜଣଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେଇଛନ୍ତି। ଗତ ରାତିରେ ସାନ ବାସିନୀ ଗ୍ରାମର ଡାକ ଗଣ୍ଡ, ଗୋମତୀ ଗଣ୍ଡ, ଚମୁରୁ ଗଣ୍ଡ, ପରମେଶ୍ବର ଗଣ୍ଡ, ମଦନା ଗଣ୍ଡ, କମଳ ଭତ୍ରା, ପଦଲାମ ଗଣ୍ଡ ପ୍ରଥମେ ଆସି ସଂଧ୍ୟା ସମୟରେ ଗୋଣ୍ଡଗୋଳ କରିଥିଲେ ଏବଂ ଚାଲି ଯାଇଥିଲେ ପରେ ପୁଣି ଠେଙ୍ଗା ବାଡ଼ି ସହ ଆସି ପାଟିତୁଣ୍ଡ କରିଥିଲେ । ମୃତ ମହିଳା ଗୁଣି ଗାରେଡି କରି ତାଙ୍କ ପରିବାରର ଅନିଷ୍ଠ କରୁଥିବା ଅଭିଯୋଗ କରିଥିଲେ । ଚମରିନ ପାଇଁ ଏହି ସବୁ ଘଟୁଛି କହି ନିକଟସ୍ଥ ଏକ ଖୋଲା ସ୍ଥାନକୁ ଟାଣି ନେଇ ପିଟିଥିଲେ । ଏହାର ପ୍ରତିରୋଧ କରିବାରୁ ଚମରିନଙ୍କ ଝିଅକୁ ମଧ୍ୟ ମାଡ ମାରିଥିଲେ ଗୁରୁତର ହେବାରୁ ଛାଡ଼ି ଦେଇ ଚାଲି ଯାଇଥିଲେ । ପରେ ଚମରୀନଙ୍କୁ ଉଦ୍ଧାର କରି ଘରକୁ ଆଣିଲା ସମୟରେ ସେ ମୃତ୍ୟୁ ବରଣ କରିଥିଲେ ।

ଆହାତ ଚମରିନ୍‌ଙ୍କ ଝିଅଙ୍କୁ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି । ମୃତ ମହିଳାଙ୍କ ସାନ ପୁଅ କ୍ଷେମା ଉମରକୋଟ ପୋଲିସରେ ଏତଲା ଦେବା ପରେ ଉମରକୋଟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସାଇଣ୍ଟଫିକ ଟିମ ଆଣି ନମୁନା ସଂଗ୍ରହ କରି ଅଧିକା ତଦନ୍ତ କରୁଛନ୍ତି । ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ସମସ୍ତଙ୍କୁ ଗିରଫ କରିବା ପାଇଁ ପରିବାର ଏବଂ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

You might also like