ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାବୁଗାଁ ଥାନା ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଧରିଲା ଭିଜିଲାନ୍ସ ।

ନବରଙ୍ଗପୁର : ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାବୁଗାଁ ଥାନା ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଧରିଲା ଭିଜିଲାନ୍ସ । ଝଗଡାର ସମାଧାନ କରିବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ଥାନାବାବୁ । ମକରନ୍ଦ ଜାନୀ ନାମକ ବ୍ୟକ୍ତି ଏକ ଝଗଡା ମାମଲାରେ ସୀମାଞ୍ଚଳ ମହାରଣାଙ୍କ ପାଖକୁ ଆସିଥିଲେ ।

କେସ ରଫା ଦଫା କରିବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ପୋଲିସ ବାବୁ । ମକରନ୍ଦ ୫ ହଜାର ଦେଇଥିଲେ ଏବଂ ପରେ ପୁଣି ୫ ହଜାର ଦେଉଥିବା ବେଳେ ଟଙ୍କା ସହିତ ମାଡି ବସିଲା ଭିଜିଲାନ୍ସ । ଜୟପୁର ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ ଦ୍ବିବେଦୀଙ୍କ ନିର୍ଦେଶ କ୍ରମେ ,ମାଲକାନଗିରି ଡ଼ିଏସପି ସଦାନନ୍ଦ ପାଣି,ନବରଙ୍ଗପୁର ଡିଏସପି ଜୟଶ୍ରୀ ପ୍ରଧାନ, ଜୟପୁର ଇନ୍ସପେକ୍ଟର ସରିତା ତ୍ରିପାଠୀ, ସଞ୍ଜୟ ପ୍ରଧାନ ଏବଂ ନବରଙ୍ଗପୁର ଇନ୍ସପେକ୍ଟର ଭୀମସେନ ପୂଜାରୀ ପ୍ରମୁଖ ରେଡରେ ସାମିଲ ଥିବା ଜଣାପଡ଼ିଛି ।

ସେହିପରି ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସାଲେପୁର ଭଦ୍ରେଶ୍ୱର ଥାନା ASI ଆଲୋକ ଷଡ଼ଙ୍ଗୀ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ନାହଙ୍ଗ ଅଞ୍ଚଳର ଜଣେ ଲୋକଙ୍କଠାରୁ କେସରେ କୋହଳ ଦଫା ଲଗେଇବା ପାଇଁ ଲାଞ୍ଚ ନେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.