ନଦୀରେ ଗାଧୋଉଥିବା ବେଳେ ଅଥଳ ପାଣିରେ ଭାସିଗଲେ, ଯୁବକଙ୍କର ପତ୍ତା ମିଳୁନି

ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଛନ୍ତି ଦୁଇ ଯୁବକ । ନିଖୋଜ ଦୁଇ ଜଣ ଯୁବକ ଆଗ୍ରା ଅଞ୍ଚଳର ବୋଲି ସୂଚନା ମିଳିଛି । ନିଖୋଜ ଦୁଇ ଜଣ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ ।

ପଟାମୁଣ୍ଡାଇ (କେନ୍ୟୁଜ୍‌): ନଈରେ ଥରେ ଭାସିଲେ କେହି କୂଳକୁ ଫେରିବେ ତାହା ଅସମ୍ଭବ । ଆମେ ଏଭଳି କହିବାର କାରଣ ହେଉଛି ନଈ ସୁଅରେ ଦୁଇ ଜଣ ଯୁବକ ଭାସି ଯାଇଛନ୍ତି । ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଲାଗି ପଡ଼ିଛନ୍ତି କିନ୍ତୁ ଯୁବକଙ୍କର ପତ୍ତା ମିଳୁନି । ଯୁବକ ଭାସିଯିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଲାଗିଥିଲା । ଅଥଳ ପାଣିରେ ଯୁବକ ଦୁଇ ଜଣ କେଉଁଆଡ଼େ ଭାସିଗଲେ ତାହା ଜଣା ପଡ଼ୁନାହିଁ ।

ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଛନ୍ତି ଦୁଇ ଯୁବକ । ନିଖୋଜ ଦୁଇ ଜଣ ଯୁବକ ଆଗ୍ରା ଅଞ୍ଚଳର ବୋଲି ସୂଚନା ମିଳିଛି । ନିଖୋଜ ଦୁଇ ଜଣ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ । ସିମେଣ୍ଟ କମ୍ପାନୀର ୱାଲ ରଙ୍ଗ କାମ ପାଇଁ ଦୀର୍ଘ ୧୫ ଦିନ ହେବ ଦୁଇ ଜଣ ଯୁବକ ଆସିଥିଲେ । କାମ ସାରି ଫେରୁଥିବା ସମୟରେ ନିମପୁର ନିକଟ ନରେନ୍ଦ୍ରପୁର ଘାଟରେ ଗାଧୋଇବାକୁ ଯାଇଥିଲେ । କିନ୍ତୁ ହଠାତ ଦୁଇ ଜଣ ଗଭୀର ନଦୀ ଗର୍ଭରେ ବୁଡି ଯାଇଥିଲେ । ତେବେ ନିଖୋଜ ଦୁଇ ଜଣ ଯୁବକ ହେଉଛନ୍ତି ଜାଭେଦ ଓ ଅଜିତ । ଦୁଇ ଜଣ ଆଗ୍ରା ଅଞ୍ଚଳର ବୋଲି ଜଣା ପଡିଛି । ତେବେ ନଈରେ ୬ ଜଣ ଯୁବକ ଗାଧୋଇବାକୁ ନଦୀକୁ ଓହ୍ଲାଇଥିଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଭାସି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ତେବେ ଏ ଯୁବକମାନେ ଗାଧୋଇବାକୁ ଯାଇଥିଲେ କିନ୍ତୁ ଏମିତି ଅଘଟଣ ଘଟିବ ବୋଲି କେହି ବି ଜାଣି ନଥିଲେ । ଜାଭେଦ ଓ ଅଜିତ ଓଡ଼ିଶା ବାହାରୁ ଆସିଥିବାବେଳ ସେମାନଙ୍କ ସାଙ୍ଗମାନେ ଚିନ୍ତାରେ ଅଛନ୍ତି । ସାଙ୍ଗ ହୋଇ ୬ ଜଣ କାମ ପାଇଁ ଓଡ଼ିଶା ଆସିଥିଲେ କିନ୍ତୁ ଏବେ ୪ ଜଣ ହିଁ ଅଛନ୍ତି । ଅନ୍ୟପଟେ ଏଭଳି ଘଟଣା ବିଷୟରେ ଜାଣିବା ପରେ ନିକଟସ୍ଥ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ଜମାଇଥିଲେ । ଅଜିତ ଓ ଜାଭେଦ ନିଖୋଜ ହେବା ପରେ ତାଙ୍କ ସାଥୀ ଯୁବକ ନଦୀ ପଠାରେ ବସି ନିଜ ସାଙ୍ଗକୁ ଅପେକ୍ଷା କରି ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.