ଦୁନିଆର ସବୁଠାରୁ ଧନୀ କୁକୁର ୩୦ ବିଲିୟନ ଟଙ୍କାର ମାଲିକ

ଦୁନିଆର ସବୁଠାରୁ ଧନୀ କୁକୁରର ନାମ ହେଉଛି ଗନ୍ଥର ୬ । ଉକ୍ତ କୁକୁରଟି ବହାମାସ୍‌  ଭିଲ୍ଲାର ମାଲିକ, ଯାହା ପୂର୍ବରୁ ମାଡେନାଙ୍କର ଥିଲା । ଏହା ବ୍ୟତୀତ ଏଭଳି ଅନେକ ବଙ୍ଗଳା ଏହି କୁକୁର ନାଁରେ ରହିଛି । ଏହା ସହ Gunther VI ର ଏକ ବଡ ଜାହାଜ ମଧ୍ୟ ଅଛି । ତେବେ ଦିନରାତି Gunther VI ସେବା କରିବାକୁ ଅନେକ ଚାକର ମଧ୍ୟ ଅଛନ୍ତି ।

 ଆମ ସମାଜରେ ପ୍ରାୟତଃ କିଛି ନା କିଛି ଅଦ୍ଭୂତ ଘଟଣା ଘଟିଥାଏ । ଯାହା ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଏ । ତେବେ ଆମେ ଆଜି ଆପଣମାନଙ୍କୁ ଯେଉଁ କଥା ବିଷୟରେ କହିବାକୁ ଯାଉଛୁ, ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଦୁନିଆର ସବୁ ଠାରୁ ଧନୀ କୁକୁର ବିଷୟରେ ଜାଣିଛନ୍ତି କି ? ତାହେଲେ ଆସନ୍ତୁ ସେହି କୁକୁର ବିଷୟରେ ବିଶେଷ ଭାବେ ଜାଣିବା । ଦୁନିଆର ସବୁଠାରୁ ଧନୀ କୁକୁରର ନାମ ହେଉଛି ଗନ୍ଥର ୬ । ଉକ୍ତ କୁକୁରଟି ବହାମାସ୍‌  ଭିଲ୍ଲାର ମାଲିକ, ଯାହା ପୂର୍ବରୁ ମାଡେନାଙ୍କର ଥିଲା । ଏହା ବ୍ୟତୀତ ଏଭଳି ଅନେକ ବଙ୍ଗଳା ଏହି କୁକୁର ନାଁରେ ରହିଛି । ଏହା ସହ Gunther VI ର ଏକ ବଡ ଜାହାଜ ମଧ୍ୟ ଅଛି । ତେବେ ଦିନରାତି Gunther VI ସେବା କରିବାକୁ ଅନେକ ଚାକର ମଧ୍ୟ ଅଛନ୍ତି । ସେହିପରି Gunther VI ର ଏକ ଫୁଟବଲ କ୍ଲବ ମଧ୍ୟ ଅଛି । ଦୁନିଆର ଏହା ହେଉଛି ସବୁଠାରୁ ଧନୀ କୁକୁର । ଏହି କୁକୁର ଅତି ବିଳାସପୂର୍ଣ୍ଣ ଭାବେ ଜୀବନ ବିତାଉଛି । Gunther VI ର ସମ୍ପତ୍ତି ପ୍ରାୟ ୩୦ ବିଲିୟନ ଟଙ୍କା ।
Gunther VI ନାମକ ଏହି ଜର୍ମାନ ସେଫାର୍ଡ ଅନ୍ୟ କୌଣସି ସ୍ଥାନରେ ରୁହେ ନାହିଁ ବରଂ ପ୍ରସିଦ୍ଧ ପପ୍ ଗାୟକ ମାଡେନାଙ୍କ ପୁରୁଣା ଘରେ ରୁହେ । ତେବେ ଏହି କୁକୁରର ଏକ ବଡ ଜାହାଜ ମଧ୍ୟ ଅଛି, ଯେଉଁଠାରେ ଚାକରମାନେ ତାର ସେବା କରନ୍ତି । ଏହି କୁକୁରଟି ୬ ବିଲିୟନ ୮୧ କୋଟି ଟଙ୍କାର ଘରେ ବାସ କରେ । ଯାହା କାରିବିଆନ୍ ଦ୍ୱୀପପୁଞ୍ଜରେ ଅଛି । ଏହା ସହ ସେଠାରେ ଏକ ଫୁଟବଲ୍ କ୍ଲବ୍ ମଧ୍ୟ ରହିଛି, ଯେଉଁଠାରେ Gunther VI ଖେଳିଥାଏ ।
କେବଳ ଏତିକି ନୁହେଁ, Gunther VIର ଟିମ୍‌ ଏହା ମଧ୍ୟ ପ୍ରକାଶ କରିଛି ଯେ କୁକୁରଟି ପ୍ରାୟତଃ ବିଳାସପୂର୍ଣ୍ଣ ରାତ୍ରୀ ଭୋଜନ ଏବଂ ଜାହାଜରେ ବିଶ୍ୱ ଭ୍ରମଣ ମଧ୍ୟ କରିଥାଏ । ସୂଚନା ମୁତାବକ, ଏହି କୁକୁର ପଛରେ ଖର୍ଚ୍ଚ ହେଉଥିବା ଟଙ୍କା ଇଟାଲୀର ୬୬ ବର୍ଷିୟ ଲୋକ ମରିଜିଓ ମିଆନ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।
ମିଆନ୍ ହେଉଛନ୍ତି ଗନ୍ଥର କର୍ପୋରେସନର ସିଇଓ, ଯିଏ ଏହି କୁକୁରର ୨୯ ବିଲିୟନ ୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ଦେଖାଶୁଣା କରୁଛନ୍ତି । ତେବେ ଜର୍ମାନର କାଉଣ୍ଟେସ୍ କାର୍ଲୋଟା ଲେବେନଷ୍ଟାଇନ୍ ତାଙ୍କର ସମସ୍ତ ସମ୍ପତ୍ତି ଏହି କୁକୁର ନାମରେ କରିଦେଇଥିଲେ । ଏପରି ସୂଚନା ରହିଛି ଯେ ଯେତେବେଳେ ଲେବେନଷ୍ଟାଇନ୍‌ଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର କୌଣସି ଘନିଷ୍ଠ ସମ୍ପର୍କୀୟ ନଥିଲେ କିମ୍ବା ତାଙ୍କ ନିକଟତର କେହି ନଥିଲେ । ଏହି କାରଣରୁ ଲିବେନଷ୍ଟାଇନ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ପ୍ରିୟ କୁକୁର ନାମରେ କରିଦେଇଥିଲେ । ତେବେ Gunther VI ନାମରେ ଅନେକ ଫୁଟବଲ କ୍ଲବ ସହ ଅନେକ ସମ୍ପତ୍ତି ମଧ୍ୟ ରହିଛି ।  ଏହି କୁକୁରକୁ ନେଇ ଏକ ଫିଲ୍ମ ତିଆରି ହେବାକୁ ଯାଉଛି । ତେବେ ଏହି ଫିଲ୍ମ କେବେ ରିଲିଜ୍‌ ହେବ, ସେନେଇ କିଛି ସୂଚନା ମିଳିନାହିଁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.