ନଦୀପଠାରେ ନିର୍ଭୟରେ ବୁଲୁଛି କୁମ୍ଭୀର

କୁମ୍ଭୀରଟି ବେଶ୍‌ ଆରାମରେ ନଦୀପଠାରେ ମନଇଚ୍ଛା ବିଚରଣ କରୁଛି । ମାତ୍ର ଲୋକ ଏବଂ ପିଲାଙ୍କ ପାଟିକୁ ତାର ନାହିଁ ଖାତିର୍‌ । ସମସ୍ତଙ୍କ କଥା ଶୁଣି ମଧ୍ୟ ସେ ତା ରାସ୍ତାରେ ଆଗକୁ ଆଗକୁ ଚାଲିବାରେ ବ୍ୟସ୍ତ । ନା କାହାକୁ ଆକ୍ରମଣ କରୁଛି ନାଁ କାମୁଡ଼ି ଗୋଡ଼ାଉଛି । ହେଲେ ତାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ।

କୁମ୍ଭୀରଟି ବେଶ୍‌ ଆରାମରେ ନଦୀପଠାରେ ମନଇଚ୍ଛା ବିଚରଣ କରୁଛି । ମାତ୍ର ଲୋକ ଏବଂ ପିଲାଙ୍କ ପାଟିକୁ ତାର ନାହିଁ ଖାତିର୍‌ । ସମସ୍ତଙ୍କ କଥା ଶୁଣି ମଧ୍ୟ ସେ ତା ରାସ୍ତାରେ ଆଗକୁ ଆଗକୁ ଚାଲିବାରେ ବ୍ୟସ୍ତ । ନା କାହାକୁ ଆକ୍ରମଣ କରୁଛି ନାଁ କାମୁଡ଼ି ଗୋଡ଼ାଉଛି । ହେଲେ ତାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ତେବେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କେନ୍ଦୁପଲ୍ଲୀ ଗାଁ ନିକଟ ମହାନଦୀ କୂଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏକ ବିଶାଳ କୁମ୍ଭୀର ବାଲି ଉପରେ ବୁଲୁଥିବାର ଦେଖି ଭୟଭୀତ ହୋଇପଡ଼ିଥିଲେ ଗ୍ରାମବାସୀ।

ଦିନକୁ ଦିନ କୁମ୍ଭୀରଙ୍କ ପାଦୁର୍ଭାବ ବଢ଼ିଥିବା ବେଳେ ଏବେ ଏହି କୁମ୍ଭୀରକୁ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ତେବେ ଏହି କୁମ୍ଭୀରଟି କିପରି ନଦୀପଠାକୁ ଆସିଲା ଆଉ ଏପରି ମୁକ୍ତଭାବେ ବୁଲୁଥିବା ସ୍ଥାନୀୟ ବାସୀଙ୍କ ପାଇଁ ଏକ ପ୍ରକାର ସଙ୍କଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି କୁମ୍ଭୀରକୁ ସ୍ଥାନୀୟ ଲୋକେ ଦେଖି ତା ଫଟୋ ଭିଡିଓ ଉଠାଇ ବନ ବିଭାଗକୁ ଖବର ଦେଇଥିଲେ ।

ଏନେଇ କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ । ଖବର ପାଇ ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ସାତକୋଶିଆ ଗଣ୍ଡରେ ନେଇ ଛାଡିଥିବାବେଳେ ସ୍ଥାନୀୟବାସୀ ଭୟଭୀତ ହୋଇ ଯାଇଛନ୍ତି। ଅନ୍ୟ ପକ୍ଷରେ ବନବିଭାଗ ତରଫରୁ ସ୍ଥାନୀୟବାସୀଙ୍କୁ ସତର୍କ ମଧ୍ୟ କରାଯାଇଛି ନଦୀ ପଠାକୁ ନଯିବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.