ସ୍ପେନ ମହିଳାଙ୍କ ସହିତ ଗଣଦୁଷ୍କର୍ମ, ୩ ଜଣଙ୍କୁ ଗିରଫ କଲା ପୋଲିସ

ଭାରତ ଭ୍ରମଣରେ ଆସିଥିବା ଜଣେ ସ୍ପେନ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୋଲିସ ଅଭିଯୋଗ ଦାୟର କରିଛନ୍ତି । ପୋଲିସ ମହିଳାଙ୍କ ମେଡିକାଲ ଯାଞ୍ଚ କରିବାକୁ କହିଛି । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ।

ଝାଡଖଣ୍ଡରେ ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଭାରତ ଭ୍ରମଣରେ ଆସିଥିବା ଜଣେ ସ୍ପେନ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୋଲିସ ଅଭିଯୋଗ ଦାୟର କରିଛନ୍ତି । ପୋଲିସ ମହିଳାଙ୍କ ମେଡିକାଲ ଯାଞ୍ଚ କରିବାକୁ କହିଛି । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ଝାଡଖଣ୍ଡର ଡୁମକା ଜିଲ୍ଲାରେ ଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା ଜଣକ ।

ସୂଚନା ଅନୁସାରେ, ୪୫ ବର୍ଷୀୟ ସ୍ପେନ ମହିଳା ଜଣକ ସ୍ୱାମୀଙ୍କ ସହ ଭାରତ ବୁଲିବାକୁ ଆସିଥିଲେ । ଗତକାଲି, ସେ ତାଙ୍କ ସ୍ୱାମୀଙ୍କ ସହ ବାଇକରେ ଯାଉଥିଲେ । ଏହି ସମୟରେ ୮-୧୦ ଜଣ ଲୋକ ସେମାନଙ୍କୁ ଅଟକାଇ ଜୋର ଜବରଦସ୍ତ ଏକୁଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ଟୁରିଷ୍ଟ ଭିସାରେ ଭାରତ ବୁଲିବାକୁ ଆସିଥିଲେ ।

ପୋଲିସ କହିବା ମୁତାବକ, ଗତକାଲି ରାତି ୧୦.୩୦-୧୧ ମଧ୍ୟରେ ଏହି ମହିଳା ଜଣକ ପୋଲିସ ଭ୍ୟାନକୁ ଅଟକାଇଥିଲେ । ପାଟ୍ରୋଲିଂ ସମୟରେ ପୋଲିସ ଗାଡିକୁ ଅଟକାଇ ସାହାଯ୍ୟ ମାଗିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ ।
ତେବେ ପୀଡିତା ଜଣକ ନିଜ ସ୍ୱାମୀଙ୍କ ସହିତ ନେପାଳ ଯାଇଥାନ୍ତେ । ହେଲେ ସ୍ୱାମୀଙ୍କ ସହିତ ଯାଉଥିବା ବେଳେ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.