ବଢିଲା ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିଶ୍ରମିକ, ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା। ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି । ଉପକୃତ ହେବେ ୧୧୧୭ ଜଣ ଶିକ୍ଷା ସ୍ୱେଚ୍ଛାସେବୀ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା ସ୍ୱତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ଏହି ଶିକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିଶ୍ରମିକ ଭାବରେ ଦିଆଯାଉଥିଲା। ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଭାବରେ ଦିଆଯାଉଥିଲା।

ସୂଚନାଯୋଗ୍ୟ ଯେ, 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କ ବିଭିନ୍ନ ଦାବିକୁ ବିଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାରିଶ୍ରମିକକୁ ମାସିକ ୫୩୭୯ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ରାଜ୍ୟରେ ବର୍ତ୍ତମାନ ନିୟୋଜିତ ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ (PHIEV) ଉପକୃତ ହେବେ ।

 

 

 

Leave A Reply

Your email address will not be published.