Below header

ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ , ପାସ୍‌ହାର ୮୭.୩୩ ପ୍ରତିଶତ

ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ରୀକ୍ଷା ଦେଇଥିଲେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ। ଆଉ କିଛି ସମୟ ପରେ ବାହାରିବ ଦଶମ ପରୀକ୍ଷାଫଳ।

(କେନ୍ୟୁଜ): ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ପାସ୍‌ହାର ରହିଛି ୮୭.୩୩ ପ୍ରତିଶତ। results.cbse.nic.in ଓ www.cbseresults.nic.inରେ ରେଜଲ୍‌ଟ ଦେଖିପାରିବେ ଛାତ୍ରଛାତ୍ରୀ। ପରୀକ୍ଷା ଦେଇଥିଲେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ। ଆଉ କିଛି ସମୟ ପରେ ବାହାରିବ ଦଶମ ପରୀକ୍ଷାଫଳ। ଗତ ଫେବୃୟାରୀ ୧୪ ତାରିଖରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସିବିଏସ୍‌ଇ ଦଶମ ଓ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ପରୀକ୍ଷା ହୋଇଥିଲା। ଚଳିତବର୍ଷ ୭ହଜାର ୨୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଦଶମ ପରୀକ୍ଷା ଦେଇଥିଲେ ୨୧ଲକ୍ଷ ୮୬ହଜାର ୯୪୦ଜଣ ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.