Below header

ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ସିଲାବସ୍‌କୁ ୩୦ ପ୍ରତିଶତ କମ୍‌ କଲା ବୋର୍ଡ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ମଙ୍ଗଳବାର ୯ମରୁ ଦ୍ୱାଦଶ ଶ୍ରେଣୀ ସିଲାବସ୍‌ରେ ୩୦ ପ୍ରତିଶତ ଯାଏଁ କମ୍‌ କରିବାକୁ ଘୋଷଣା କରିଛି। ଏହା ବ୍ୟବସ୍ଥା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସିବିଏସ୍‌ଇ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶ ତଥା ଦୁନିଆରେ ଲାଗିରହିଥିବା ଅସାଧାରଣ ସ୍ଥିତିକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମକୁ କମ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.