ସୁଶାନ୍ତଙ୍କ ନିଧନ ପରେ ଅଙ୍କିତାଙ୍କ ସହ କଥା ହେଲେ ଆରତୀ ସିଂହ, ଆଉ ଇଣ୍ଟରଭ୍ୟୁରେ ଜଣାଇଲେ ତାଙ୍କର ଯନ୍ତ୍ରଣା

ସୁଶାନ୍ତ ସିଂହ ରାଜପୁତ ୧୪ ଜୁନରେ ନିଜ ଆପାର୍ଟମେଣ୍ଟରେ ମୃତ ମିଳିଥିଲେ। ଆକ୍ଟରଙ୍କ ଅଚାନକ ନିଧନରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଗଭୀର ଆଘାତ ଲାଗିଥିଲା। ଏବେ ନିକଟରେ ବିଗ ବସ୍‌ ୧୩ ପ୍ରତିଯୋଗୀ ଆରତି ସିଂହ ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହିତ କଥା ହୋଇଛନ୍ତି। ଏହାସହିତ ସେ ସୁଶାନ୍ତ ସିଂହଙ୍କ ନିଧନ ପରେ ଅଭିନେତ୍ରୀଙ୍କ ଯନ୍ତ୍ରଣା କହିଛନ୍ତି।

ankitaaଆରତୀ ସିଂହ ଜଣାଇଛନ୍ତି ଯେ ଯେତେବେଳେ ସେ ଅଙ୍କିତା ଲୋଖଣ୍ଡେଙ୍କ ସହିତ ଫୋନରେ କଥା ହେବା ପରେ ଅଙ୍କିତାଙ୍କ ଅବସ୍ଥା କଣ ଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗତ ମାସ ସୁଶାନ୍ତଙ୍କ ବାନ୍ଦ୍ରା ଘରେ ତାଙ୍କ ପରିବାର ସହିତ ଭେଟିଥିଲେ। ଏହି ସମୟରେ ଅଙ୍କିତାଙ୍କ ସହିତ ଅଙ୍କିତାଙ୍କ ମାଆ ମଧ୍ୟ ନଜର ଆସୁଥିଲେ।


ତେବେ ଆରତୀ ସିଂହ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଅଙ୍କିତାଙ୍କ ଜରିଆରେ ସୁଶାନ୍ତଙ୍କୁ ଭେଟିଥିଲେ। ସେ ବହୁତ ଭଲ ପିଲା ଏବଂ ବହୁତ ସେ ବହୁତ ପ୍ରେରିତ କରୁଥିଲେ। ଆରତୀ ସିଂହ ଏହ ମଧ୍ୟ କହିଛନ୍ତି ଯେ ମୁଁ ଅଙ୍କିତାଙ୍କ ସହିତ କଥା ହେବାକୁ ଚାହିଁଲି ଯେ ସେ ଠିକ୍‌ ଅଛନ୍ତି କି ନାହିଁ। ଅଙ୍କିତାଙ୍କୁ ଏବେ ସ୍ପେସର ଆବଶ୍ୟକତା ରହିଛି ଆଉ ମୁଁ ତାଙ୍କୁ ଏହା ଦେବାକୁ ଚାହୁଁଛି।  ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ରିଲିଜ୍‌ ହୋଇଛି। ଫ୍ୟାନ୍ସଙ୍କୁ ମଧ୍ୟ ଟ୍ରେଲର ବହୁତ ପସନ୍ଦ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.