Below header

ଶୀର୍ଲା ସିରକୁଟ ଜଙ୍ଗଲରେ ଜଏଣ୍ଟ ଅପରେସନ୍, ଏନ୍‌କାଉଣ୍ଟରେ ଜଣେ ମାଓବାଦୀ ନିହତ

କନ୍ଧମାଳ(କେନ୍ୟୁଜ୍‌) : କନ୍ଧମାଳ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଏନ୍‌କାଉଣ୍ଟରେ ଜଣେ ମାଓବାଦୀ ନିହତ ହୋଇଛି । ଘଟଣାସ୍ଥଳରୁ ପୋଲିସ ଦୁଇଟି ବନ୍ଧୁକ ଓ କିଛି ମାଓ ସାମଗ୍ରୀ ଜବତ କରିଛି ।

ସିର୍ଲା ସିରିକୁଟ୍‌ ଜଙ୍ଗଲରେ ଆଜି ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ୍‌ ଚାଲିଥିବା ବେଳେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀ ନିହତ ହୋଇଥିଲା ।

ରବିବାର ସିର୍ଲା ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଥିବା ବେଳେ ଆଉ କିଛି ମାଓବାଦୀ ଖସି ଚାଲି ଯାଇଥିଲେ । ଆଜି ସେମାନଙ୍କୁ ଧରିବା ପାଇଁ ଏହି ସର୍ଚ୍ଚ ଅପରେସନ୍‌ ଜାରି ରହିଥିଲା ।

ଏଥିରେ ପୋଲିସକୁ ସଫଳତା ମିଳିଛି । ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ଆଜି ନିହତ ହୋଇଛି । ମୃତ ମାଓବାଦୀ ଘୁମସର ନାଗାବଳୀ ଡିଭିଜନ୍‌ର ସଦସ୍ୟ ଥିଲା । ମାଓ ବିରୋଧୀ ଅଭିଯାନରେ ପୋଲିସର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଏନେଇ କନ୍ଧମାଳ ଏସ୍‌ପିଙ୍କ ସହ କଥା ହୋଇଥିବା ଜଣାଯାଇଛି ।

ମାଓ ଅଭିଯାନରେ ସୁରକ୍ଷା ବାହିନୀକୁ ସରକାର ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.